ନୂଆଦିଲ୍ଲୀ- 2020 ରେ ସକଳ ଜିଏସଟି (ବସ୍ତୁ ଏବଂ ସେବା ଟିକସ) ରାଜସ୍ବ ସଂଗ୍ରହ 90,917 କୋଟି ଟଙ୍କା ହୋଇଛି। ଏଥିମଧ୍ୟରେ ସିଜିଏସଟି 18,980 କୋଟି ଟଙ୍କା, ଏସଜିଏସଟି 23,970 କୋଟି ଟଙ୍କା, ଆଇଜିଏସଟି 40,302 କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ 15,709 କୋଟି ଟଙ୍କା ସମେତ) ଏବଂ ଉପକର (ସେସ) 7,665 କୋଟି ଟଙ୍କା (ବସ୍ତୁଗୁଡ଼ିକର ଆମଦାନୀ ଉପରୁ ସଂଗୃହିତ 607 କୋଟି ଟଙ୍କା ସମେତ) ସାମିଲ ରହିଛି।
ସରକାର ନିୟମିତ ପରିଶୋଧ ରୂପରେ ଆଇଜିଏସିଟିରୁ ସିଜିଏସଟି ଲାଗି 13,325 କୋଟି ଟଙ୍କା ଏବଂ ଏସଜିଏସଟି ଲାଗି 11,117 କୋଟି ଟଙ୍କା ପରିଶୋଧ କରିଛନ୍ତି। ଜୁନ, 2020ରେ ନିୟମିତ ପରିଶୋଧ ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ସଂଗୃହିତ ମୋଟ ରାଜସ୍ବ ସଜିଏସଟି ପାଇଁ 32,305 କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ 35,087 କୋଟି ଟଙ୍କା ଥିବା ଜଣାଯାଇଛି।
ଜୁନ, 2020ରେ ଅର୍ଜିତ ରାଜସ୍ବ ଗତବର୍ଷର ଚଳିତ ମାସରେ ସଂଗୃହିତ ରାଜସ୍ବ ପରିମାଣାର 91% ରହିଛି। ଜୁନ, 2020 ସମୟରେ ବସ୍ତୁଗୁଡ଼ିକର ଆମଦାନୀର ରାଜସ୍ବ 71% ଥିଲା ଏବଂ ଘରୋଇ କାରବାର (ସେବା ଆମାଦନୀ ସହିତ) ପ୍ରାପ୍ତ ରାଜସ୍ବ ଗତ ବର୍ଷ ଚଳିତ ମାସ ସମୟରେ ଏସବୁ ଉତ୍ସରୁ ସଂଗୃହିତ ରାଜସ୍ବର 97% ରହିଛି। ଜୁନ ମାସ ସମୟରେ ମେ 2020ର କେତେକ ରିଟର୍ଣ୍ଣ ବ୍ୟତୀତ ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ 2020ର ରିଟର୍ଣ୍ଣ ମଧ୍ୟ ଦାଖଲ କରାଯାଇଛି। କାରଣ ସରକାର ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ସମୟ ସାରଣୀକୁ ଯଥେଷ୍ଟ କୋହଳ କରିଛନ୍ତି। ମଇ 2020ର କେତେକ ରିଟର୍ଣ୍ଣ ଯାହା ସାଧାରଣତଃ ଜୁନ 2020ରେ ଦାଖଲ କରାଯାଇଥାଏ, ସେଗୁଡ଼ିକୁ ଜୁଲାଇ, 2020ର ପ୍ରଥମ କିଛିଦିନରେ ଦାଖଲ କରାଯିବ।
କୋଭିଡ-19 କାରଣରୁ ଚଳିତ ଆର୍ଥିକ ବର୍ଷ ସମୟରେ ରାଜସ୍ବ ଆଦାୟ ଯଥେଷ୍ଟ ପ୍ରଭାବିତ ହୋଇଛି, ଯାହାର ଏକ କାରଣ ହେଉଛି ମହାମାରୀର ବ୍ୟାପକ ଆର୍ଥିକ ପ୍ରଭାବ ଏବଂ ଅନ୍ୟ କାରଣ କାରଣ ହେଉଛି ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ବାରା ରିଟର୍ଣ୍ଣ ଦାଖଲ ଏବଂ ଟିକସ ପରିଶୋଧକୁ କୋହଳ କରାଯିବା। ତେବେ ବିଗତ ତିନି ମାସର ତଥ୍ୟ ଜିଏସଟି ରାଜସ୍ବରେ ଆସିଥିବା ସୁଧାରକୁ ଦର୍ଶାଉଛି। ଏପ୍ରିଲ ମାସରେ ଜିଏସଟି ସଂଗ୍ରହ 32,294 କୋଟି ଟଙ୍କା ହୋଇଥିଲା ଯାହାକି ବିଗତ ବର୍ଷ ଏହି ମାସରେ ସଂଗୃହିତ ରାଜସ୍ବର 28% ଥିଲା। ମଇ ମାସରେ ଜିଏସଟି ସଂଗ୍ରହ 62,009 କୋଟି ଟଙ୍କା ଥିଲା ଯାହା ବିଗତ ବର୍ଷ ଏହି ମାସରେ ସଂଗୃହିତ ରାଜସ୍ବର 62% ଥିଲା। ବର୍ଷର ପ୍ରଥମ ତିନି ମାସରେ ଜିଏସଟି ସଂଗ୍ରହ ବିଗତ ବର୍ଷ ଏହି ତ୍ରୈମାସରେ ସଂଗୃହିତ ରାଜସ୍ବର 59% ଥିଲା। ତେବେ ବହୁସଂଖ୍ୟକ ଟିକସଦାତାମାନଙ୍କ ନିକଟରେ ଏବେ ସୁଦ୍ଧା ମଇ, 2020 ଲାଗି ନିଜର ରିଟର୍ଣ୍ଣ ଦାଖଲ କରିବା ଲାଗି ସମୟ ରହିଛି।