
ଭୋପାଳ– ଶିବରାଜ ସରକାରଙ୍କ ମନ୍ତ୍ରିମଣ୍ଡଳର ଆଜି ସଂପ୍ରସାରଣ ହେବାକୁ ଯାଉଛି । ଅର୍ଥାତ ଶିବରାଜ ସିଂହ ଆଜି ତାଙ୍କ ସରକାରକୁ ପୂର୍ଣ୍ଣରୂପ ଦେବେ ।
ମନ୍ତ୍ରିମଣ୍ଡଳରେ ସ୍ଥାନପାଇଥିବା ମନ୍ତ୍ରୀମାନେ ଗୁରୁବାର ପୂର୍ବାହ୍ନ ୧୧ଟାରେ ରାଜଭବନରେ ଶପଥ ଗ୍ରହଣ କରିବେ । ଏଥି ପାଇଁ ମଧ୍ୟପ୍ରଦେଶ ରାଜଭବନରେ ପ୍ରସ୍ତୁତି କରାଯାଇଛି । ଶପଥ ଗ୍ରହଣ ସମାରୋହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିବେ ।
ଖବର ଅନୁସାରେ ଗୋପାଳ ଭାର୍ଗବ, ଭୂପେନ୍ଦ୍ର ସିଂହ, ବିଶ୍ୱାସ ସାରଙ୍ଗ, ଅରବିନ୍ଦ ଭଦୋରଆ ଓ ରାମକିଶୋର କାୱରେଙ୍କ ନାମକୁ ହାଇକମାଣ୍ଡ ମୋହର ଲଗାଇଛନ୍ତି । ପ୍ରଦ୍ୟୁମନ୍ନ ସଂହି ତୋମର ମଧ୍ୟ ମୁଖ୍ୟମନ୍ତ୍ରୀ ନିବାସକୁ ପହଂଚିଛନ୍ତି । ବୁଧବାର ରାତି ମନ୍ତ୍ରିପଦ ପାଇଁ ଗଣିତ ହୋଇଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବିଜେପିର ରାଜ୍ୟ ପ୍ରଭାରୀ ବିନୟ ସହସ୍ତ୍ରବୁଦ୍ଧେ ମନ୍ତ୍ରିମଣ୍ଡଳର ଫର୍ମୁଲାକୁ ନେଇ ପାର୍ଟି କାର୍ଯ୍ୟାଳୟକୁ ପହଂଚିଥିଲେ ।
ସୂଚନାଯୋଗ୍ୟ, ଗତ ଥର କେବଳ ୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଏହା ଏପ୍ରିଲ ୨୧ରେ ହୋଇଥିଲା । ଏଥିରେ ୩ ଜଣ ବିଜେପିର ଥିଲେ ଏବଂ ଅନ୍ୟ ୨ ଜଣ ସିନ୍ଧିଆଙ୍କ ଘନିଷ୍ଠ ଥିଲେ । ଶିବରାଜ ସିଂହ ଚୌହାନ ଗତ ମାର୍ଚ୍ଚ ୨୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।