ଭୁବନେଶ୍ୱର– ରାଜ୍ୟରେ ଆଜି ଆଉ ୨୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୨୨୯ ଜଣଙ୍କ ମଧ୍ୟରୁ ୧୯୩ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୯୫ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ଜଣେ, ବାଲେଶ୍ୱର ଜିଲ୍ଲାରେ୨୪ ଜଣ, ବରଗଡ ଜିଲ୍ଲାରେ ଜଣେ , ବଲାଙ୍ଗୀର ଜିଲ୍ଲାରେ ୭ ଜଣ, ବୌଦ୍ଧ ଜିଲ୍ଲାରେ ୩ ଜଣ ତଥା କଟକ ଜିଲ୍ଲାରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡରେ ୭ ଜଣ, ଗଜପତି ଜିଲ୍ଲାରେ ଜଣେ , ଜଗତସିଂହପୁର ଜିଲ୍ଲାରେ ଜଣେ, ଯାଜପୁର ଜିଲ୍ଲାରେ ୨୨ ଜଣ, ଝାରସୁଗୁଡା ଜିଲ୍ଲାରେ ୧୦ ଜଣ, କେନ୍ଦୁଝର ଜିଲ୍ଲାରେ ଜଣେ , ଖୋର୍ଧା ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ଜଣେ, ମୟୁରଭଂଜ ଜିଲ୍ଲାରେ ୨ ଜଣ, ନୟାଗଡ ଜିଲ୍ଲାରେ ୫ ଜଣ, ପୁରୀ ଜିଲ୍ଲାରେ ୪ ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।