ବେଲଗୁଣ୍ଠI – ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗୋବରା ରାଜସ୍ଵ ସର୍କଲର 5 ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ନିରୀକ୍ଷକ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ବିଜୟ ମହାରଣା ଗତ କାଲି କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏ ନେଇ ବେଲଗୁଣ୍ଠI ତହସିଲ କାର୍ଯ୍ୟାଳୟରେ ତହସିଲଦାର ସରୋଜ କୁମାର ବେହେରାଙ୍କ ସଭାପତିତ୍ଵରେ ଏକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦାୟୀ ଆର ଆଇ ଶ୍ରୀ ମହାରଣା ଗୋବରାରେ 5 ବର୍ଷ କାର୍ଯ୍ୟକାଳ ମଧ୍ୟରେ ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ଅଞ୍ଚଳରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ I କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରି ଦୁଇଟି ପଞ୍ଚାୟତର 10 ଟି ସଙ୍ଗରୋଧ କେନ୍ଦ୍ର ପାଇଁ ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ଵ ନେଇ ସୁଚାରୁରୂପେ କାର୍ଯ୍ୟ କରିଥିବାରୁ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇଥିଲେ I
ବିଦାୟ ବେଳେ ଶ୍ରୀ ମହାରଣାଙ୍କୁ ଉପଧୌକନ ,ଭଗବତ୍ ଗୀତା, ମାକ୍ସ, ସାନିଟାଇଜର ଓ କିଛି ଉପହାର ଦିଆ ଯାଇଥିଲା I ତାଙ୍କ ବିଦାୟ ପରେ ସୁପରଭାଇଜର ଦାୟିତ୍ଵ ତୁଲାଉଥିବା ଗୌରୀ ଶଙ୍କର ସ୍ଵାଇଁଙ୍କୁ ଗୋବରା ସର୍କଲର ରାଜସ୍ଵ ନିରୀକ୍ଷକ ଭାବେ ତହସିଲଦାର ଶ୍ରୀ ବେହେରା ଦାୟିତ୍ଵ ଦେଇଛନ୍ତି I ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ତହସିଲଦାର ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଧରଣି ଧର ବେହେରା, ଆର ଆଇ କେ ଭେଙ୍କଟ ରାଓ, ଗୀତାଞ୍ଜଳୀ ମଲ୍ଲିକ, ସନ୍ତୋଷ କୁମାର ବେହେରା, କାହ୍ନୁ ଚରଣ ସାହୁ, ନୀଳାଞ୍ଚଳ ଗୌଡ଼, ଏ ଆର ଆଇ ଆରତୀ ବେହେରା ଓ ଶିବ ରାମ ସାହୁ, ଅମୀନ ଇପ୍ସୀତା ବେହେରା, ଶିବରାମ ପାତ୍ର ଓ କୈଳାସ ସେଠୀ
ଶିବରାମ ଚୌଧୁରୀ