ତେହରାନ– ଇରାନର ଉତ୍ତର ତେହରାନରେ ଏକ ଚିକିତ୍ସା କ୍ଲିନିକରେ ବିସ୍ଫୋରଣ ହୋଇଥିବା ଜଣା ପଡିଛି । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇରାନ ସରକାରୀ ଚ୍ୟାନେଲ ଅନୁସାରେ ରାଜଧାନୀର ଏକ ମେଡିକାଲ କ୍ଲିନିକରେ ମଙ୍ଗଳବାର ରାତି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବିସ୍ଫୋରଣରେ ୧୦ ଜଣ ପୁରୁଷ ଓ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ବିସ୍ଫୋରଣର ଶବ୍ଦ ଶୁଭୁଛି । ବିସ୍ଫୋରଣ ନେଇ ଇରାନର ସର୍ବୋଚ୍ଚ ନେତା କିଛି କହି ନାହାନ୍ତି ।
ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଚାଲିଛି । କୁହାଯାଉଛି ଯେ, ବିସ୍ଫୋରଣ ନିକଟସ୍ଥ କୋଠାଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଇଛି । ବିସ୍ଫୋରଣ ସମୟରେ କ୍ଲିନିକରେ ୨୫ ଜଣ କର୍ମଚାରୀ ଥିଲେ । ସର୍ଜରୀ ଓ ମେଡିକାଲ ଯାଞ୍ଚ କାମ ଚାଲିଥିଲା । ଗତ ସପ୍ତାହରେ ମଧ୍ୟ ଇରାନରେ ବିସ୍ଫୋରଣ ହୋଇଥିଲା ।