
ପୁରୀ, କରୋନା ଲୋକଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ମୋଦି ସରକାର ଲୋକଙ୍କ ହାତକୁ କାମ ଓ ପେଟକୁ ଆହାର ଯୋଗାଇଦେବାରେ ବିଫଳ |କରୋନାର ସୁଯୋଗ ନେଇ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଦାମ ଗତ ୨0 ଦିନ ଧରି ବୃଦ୍ଧି କରି ଚାଲିଛନ୍ତି| ପେଟ୍ରୋଲ ଓ ଡିଜେଲର ଦର ୮0 ଟଙ୍କାରେ ପହଞ୍ଚିଲା |ଡିଜେଲ ଦର ବଢିଲେ ପରିବହନ ଖର୍ଚ୍ଚ ବଢିବ |ଫଳରେ ପ୍ରତେକ ଜିନିଷପତ୍ରର ଦାମ ଆକାଶ ଛୁଆଁ ହେଵ ସେଥିରେ ସରକାରଙ୍କ ଲଗାମ ନାହିଁ |ଅତ୍ୟାଵଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫ ଅଧ୍ୟାଦେଶ ଦ୍ୱାରା ମୋଦି ଉଠାଇ ଦେବାରୁ ସମସ୍ତ ଖାଦ୍ୟ ଦ୍ରବ୍ୟ ଦର ଅହେତୁକ ବୃଦ୍ଧିପାଇଛି |ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଚାଳିଶ ଡଲାର ରେ ପହଞ୍ଚିଥିବା ବେଳେ ଲିଟର ପିଛା ୧୮ ଟଙ୍କା କିଣା ପଡୁଛି | କେନ୍ଦ୍ର ଓ ରାଜ୍ୟ ସରକାର ସେଥିରେ ୬୧ ଟଙ୍କା ଟିକସ ଧାର୍ଯ୍ୟ କରିବା ଫଳରେ ଆମ ଦେଶରେ ଦର ନିୟନ୍ତ୍ରଣ ବାହାରେ, ୨0୧୪ ରୁ ଡିଜେଲ ଦର ନିର୍ଦ୍ଧାରଣକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରିବା ଓ କମ୍ପାନୀ ମାନଙ୍କ ଉପରେ ଛାଡ଼ିଦେବା ଯୋଗୁଁ ଅଧିକ ମୁନାଫା ନେଉଛନ୍ତି |
ପେଟ୍ରୋଲିୟମ ପଦାର୍ଥ ଉପରେ ୨୮ %GST ବସାଇଲେ ଭାରତରେ ତେଲ ୩0 ରୁ ୩୨ ଟଙ୍କାରେ ମିଳିବ ବୋଲି ସି. ପି. ଆଇ (ଏମ ) ଓ ସି. ପି. ଆଇ ଅଭିଯୋଗ କରିଛି |ତୈଳ ଦର ବୃଦ୍ଧି ପ୍ରତ୍ୟାହାର ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୁଇ କମ୍ୟୁନିଷ୍ଟ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା |ସି. ପି. ଆଇ (ଏମ ) ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ସି. ପି. ଆଇ ଜିଲ୍ଲା ସଂପାଦକ ପ୍ରଦୀପ୍ତ ମହାନ୍ତି, ବ୍ରଜବନ୍ଧୁ ପ୍ରଧାନ, ଭୀମସେନ ସ୍ୱାଇଁ, ପ୍ରମୁଖ ମୋଦି ସରକାରଙ୍କ ଜନ ବିରୋଧି ନୀତିକୁ ସମାଲୋଚନା କରି କେନ୍ଦ୍ର ଓ ରାଜ୍ୟ ସରକାର ଅବକାରୀ ଶୁଳ୍କ ଓ ଭାଟ ଟିକସ ହ୍ରାସ କରି ତୈଳ ଦର କମାଇବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କୁ କରୋନା କ୍ଷତିକୁ ଲାଘବ କରିବାକୁ ପେଟକୁ ଆହାର ଓ ଲୋକଙ୍କୁ କାମ ଦେବାକୁ ଦାବୀ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ତପନ ଉପାଧ୍ୟାୟ, ଟୁନା ନାୟକ, ହରିହର ସେନାପତି, ସୁକାନ୍ତ ମହାନ୍ତି, ରଞ୍ଜିତ ନାୟକ, ପୂର୍ଣ୍ଣ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇଥିବା ସି. ପି. ଆଇ (ଏମ ) ସମ୍ପାଦକ ଶରତ କୁମାର ରାୟଗୁରୁ କହିଛନ୍ତି |