ବ୍ରହ୍ମପୁର: ମଙ୍ଗଳବାର ଗଞ୍ଜାମରେ ଆଉ ନୂଆ ୩ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୧ । ପ୍ରଥମ ଥର ପାଇଁ ୨ଜଣ ମହିଳା ମୃତ୍ୟୁ ବରଣ କରିଛି । ଜିଲ୍ଲାରେ ୧୩୭୦ ଜଣ କରୋନା ରୋଗୀ ଚିହ୍ନଟ ହୋଇôଥବା ବେଳେ ସେଥି ମଧ୍ୟରୁ ୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତର୍ମାନ ୩୬୩ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ଓ ୧୪ଜଣ ମୃତ୍ୟୁ ବରଣ କରିଥିବା ଜିଲ୍ଲା ପ୍ରଶାସନ କରିଥିବା ଟ୍ୱିଇଟରୁ ଜଣାପଡ଼ିଛି । ସେପଟେ ଜିଲ୍ଲାପାଳ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୯ ଘଣ୍ଟିଆ ସଟ୍ଡ଼ାଉନ ଘୋଷଣା କରିଥିବା ବେଳେ ଜିଲ୍ଲାରେ ସପ୍ତାହନ୍ତ ସଟ୍ଡ଼ାଉନ ଜାରି ରହିଛି । ଜିଲ୍ଲାପାଳ କହିଛନ୍ତି ଯେ ଗତ ସପ୍ତାହଠାରୁ ଗଞ୍ଜାମରେ କୋଭିଡ଼-୧୯ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଟ୍ଡ଼ାଉନ ସମୟରେ ଲୋକେ ଘରେ ରୁହନ୍ତି ଆବଶ୍ୟକ ନପଡ଼ିଲେ ଘରୁ ବାହାରନ୍ତୁ ନାହିଁ । ଯଦି ବାହାରିଛନ୍ତି ମୁହଁରେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ବୋଲି କହିଛନ୍ତି । ମଙ୍ଗଳବାର ୩ଜଣ ନୂଆ କରୋନା ରୋଗୀ ଚିହ୍ନଟଙ୍କ ବିବରଣୀ ଦେଇ ଜିଲ୍ଲାପାଳ ଦେଇଥିବା ସୂଚନା ପ୍ରକାରେ କୁକୁଡ଼ାଖଣ୍ଡି ବ୍ଳକର ଜଣେ କରୋନା ଯୋଦ୍ଧା ଥିବା ବେଳେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଧରାକୋଟ ଓ ବେଗୁନିଆପଡ଼ା ବ୍ଳକର ୨ଜଣ କରୋନା ରୋଗୀ ଏପରି ମୋଟ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।