
ହ୍ମପୁର:କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାରର ପେଟ୍ରୋଲ ଓ ଡ଼ିଜେଲର ଦରବୃଦ୍ଧି ବିରୋଧରେ ପ୍ରତିବାଦ କରି ସିପିଆଇ(ଏମ୍) ପକ୍ଷରୁ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକର ଖଣ୍ଡଦେଉଳି, ପାଲୁରୁ, ଜାତୀୟ ରାଜପଥ-୧୬ ଓ ଲକ୍ଷ୍ମୀପୁର, ଆଙ୍କୁଶପୁର, ସୋରଡ଼ା ବ୍ଳକର ଲାଠିପଡ଼ାଠାରେ ଏବଂ ସିପିଆଇ ଓ ସିପିଆଇ(ଏମ୍)ପକ୍ଷରୁ ମିଳିତ ଭାବେ ଆସିକା ବସ୍ଷ୍ଟାଣ୍ଡଠାରେ ପ୍ରତିବାଦ ବିକ୍ଷୋଭ ସଂଗଠିତ କରାଯାଇଥିଲା । ଏକ ତରଫା ଲକ୍ଡ଼ାଉନ ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏବଂ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି । ବର୍ତ୍ତମାନ କେନ୍ଦ୍ର ବିଜେପି ସରକାର ଗତ ୨୦ଦିନ ଧରି ପ୍ରତିଦିନ ପେଟ୍ରୋଲ ଓ ଡ଼ିଜେଲ ଦରବୃଦ୍ଧି କରି ଲୋକଙ୍କ ଉପରେ ଦାଉ ସାଧୁଛି ବୋଲି ଅଭିଯୋଗ କରାଯାଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର କମିଥିଲେ ସୁଦ୍ଧା ଦେଶର ତୈଳ କମ୍ପାନୀମାନଙ୍କ ମୁନାଫା ବୃଦ୍ଧି ଓ କେନ୍ଦ୍ର ସରକାର ଅର୍ଥଭଣ୍ଡାର ଭରଣ ନିମନ୍ତେ କେନ୍ଦ୍ରର ବିଜେପି ସରକାର ଅବକାରୀ ଶୁଳ୍କ ଓ ରାଜ୍ୟରେ ବିଜେଡ଼ି ସରକାର ଭାଟ ଟିକସ ବୃଦ୍ଧି ଯୋଗୁଁ ତୈଳଦର ବୃଦ୍ଧି ପାଇବାରେ ଲାଗିଛି ବୋଲି ବାମପନ୍ଥୀ ଦଳ ଅଭିଯୋଗ କରିଛି ।
ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଅବକାରୀ ଶୁଳ୍କ ଓ ଭାଟ ଟିକସ ହ୍ରାସ କରି ତୈଳ ଦର କମାଇବା ପାଇଁ ଦାବି କରାଯାଇଛି । ପ୍ରତିବାଦ କାର୍ଯ୍ୟକ୍ରମରେ ସିପିଆଇ(ଏମ୍) ନେତା ରାମଚନ୍ଦ୍ର ନାୟକ, ବିଦ୍ୟାଧର ଜେନା, ନୀଳମଣିଗୁରୁ, ବାସୁଦେବ ଗୌଡ଼, ଦିଲିପ ଛୋଟରାୟ, ଲକ୍ଷ୍ମଣ ପାଢ଼ୀ, ପ୍ରଫୁଲ ରାଓ, ଖଲି ସ୍ୱାଇଁ, ଅଜୟ, ବସନ୍ତ ନନ୍ଦ, ଯୁଧଷ୍ଟିର ବେହେରା,ଦୁର୍ଯ୍ୟାଧନ ଛଟେଇ, ନରି ସାହୁ, ଦୁର୍ଯ୍ୟୋଧନ ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ । ବ୍ରହ୍ମପୁରରେ ସଟ୍ଡ଼ାଉନ ଯୋଗୁଁ ଜୁନ୍ ୩୦ ପରିବର୍ତ୍ତେ ଜୁଲାଇ ୧ ତାରିଖ ଦିବ ୧୦ଘଣ୍ଟା ସମୟରେ ସ୍ଥାନୀୟ ପୁରୁଣା ବସ୍ଷ୍ଟାଣ୍ଡଠାରେ ସିପିଆଇ ଓ ସିପିଆଇଏମ୍ ପକ୍ଷରୁ ମିଳିତ ଭାବେ ପ୍ରତିବାଦ କରାଯିବ ବୋଲି ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବସନ୍ତ ନନ୍ଦ ସୂଚନା ଦେଇଛନ୍ତି ।