-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୧୦୨ଟି କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୪୭୨ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୮୪୭, କଟକ ଜିଲ୍ଲାରେ ୬୦୮, ଯାଜପୁର ଜିଲ୍ଲାରେ ୫୧୫, ଗଜପତି ଜିଲ୍ଲାରେ ୪୪୧, ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୫୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୯୮, ପୁରୀ ଜିଲ୍ଲାରେ ୨୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୫୧, ଭଦ୍ରକ ଜିଲ୍ଲାରେ ୨୩୨, ସୁନ୍ଦରଗଡ ଜିଲ୍ଲାରେ ୨୦୦, ମୟୁରଭଂଜ ଜିଲ୍ଲାରେ ୨୧୩, କନ୍ଧମାଳ ଜିଲ୍ଲାରେ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୧୮୭, ନୟାଗଡ ଜିଲ୍ଲାରେ ୧୫୮ ତଥା କେନ୍ଦୁଝର ଜିଲ୍ଲାରେ ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ଝାରସୁଗୁଡା ଜିଲ୍ଲାରେ ୧୦୮, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୮୦, କଳାହାଣ୍ଡି ଜିଲ୍ଲାରେ ୭୧ ଓ ବରଗଡ ଜିଲ୍ଲାରେ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୭୦, ମାଲକାନଗିରି ଜିଲ୍ଲାରେ ୧୦୬, ସମ୍ବଲପୁର ଜିଲ୍ଲାରେ ୫୬, ଦେବଗଡ ଜିଲ୍ଲାରେ ୬୧ ଓ ବୌଦ୍ଧ ଜିଲ୍ଲାରେ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାୟଗଡା ଜିଲ୍ଲାରେ ୩୯, ସୋନପୁର ଜିଲ୍ଲାରେ ୩୭. ନବରଙ୍ଗପୁର ଜିଲ୍ଲାରୁ ୪୨ ଜଣ କୋରାପୁଟ ଜିଲ୍ଲାରେ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।