ଭୁୂୁବନେଶ୍ୱର – ଆଜି କଟକ ଜିଲ୍ଲାରେ ୩୨ ଜଣ ନୂଆ କରୋନା ପଜିଟିଭ ମାମଲା ସାମନାକୁ ଆସିଥିବା ବେଳେ ଏଥି ମଧ୍ୟରୁ ସାତ ଜଣ ସିଏମସି ଅଂଚଳର ବୋଲି କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ବର୍ତମାନ ସୁଦ୍ଧା ସିଏମସି ଅଂଚଳର ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ୨୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୨ଟି ସକ୍ରିୟ ମାମଲା ରହିଥିବା ସିଏମସି ପକ୍ଷରୁ କୁହା ଯାଇଛି ।