ଭୁବନେଶ୍ୱର– ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ କରା ଯିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ଗ୍ରହଣ କରା ଯାଇଥିବା ଜଣା ପଡିଛି । ତେଣୁ ଛାତ୍ର ଛାତ୍ରୀ ମାନଙ୍କୁ ବଳକା ଥିବା ପରୀକ୍ଷା ଦେବାକୁ ପଡିବ ନାହିଁ ।
ଉଲ୍ଲେଖନୀୟ ଯେ ଲକ ଡାଉନ କାରଣରୁ ଯୁକ୍ତ ୨ର ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା । ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି ।
ତେବେ ମାର୍ଚ୍ଚ ମାସରେ କରୋନା କଟକଣା ଓ ଏହା ପରବର୍ତୀ ଲକଡାଉନ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା । ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ବାତିଲ୍ ହୋଇଛି । ଆଇଏସ୍ସିଇ ଦ୍ୱାରା ପରିଚାଳିତ ବିଦ୍ୟାଳୟର ପରୀକ୍ଷାଗୁଡ଼ିକ ମଧ୍ୟ ଅନୁରୂପ ଭାବେ ବାତିଲ୍ କରାଯାଇଛି ।