
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୩0/0୬ /୨0୨0, ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଆଖିଆଗରେ ରଖି ରାଜ୍ୟ ପୁଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ପୁରୀର ସବୁ ପ୍ରବେଶ ପଥକୁ ଆଜିଠାରୁ ସିଲ୍ କରାଯାଇଛି । ରାତି ୧୦ଟାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି । ସେହିଭଳି ଅଗ୍ନିଶମ ବିଭାଗ ଟିମ ସଜାଗ ରହିଛି ।
ସେହିଭଳି ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଶହେ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଯେଉଁ ସେବାୟତଙ୍କ କୋଭିଡ ପରୀକ୍ଷାରେ ନେଗେଟିଭ ଆସିଥିବ ସେହି ସେବାୟତମାନେ ରଥ ଟାଣିବେ । ପୁରୀକୁ ଯେଭଳି କୌଣସି ବ୍ୟକ୍ତି ନ ଆସନ୍ତି ତା ଉପରେ ତୀକ୍ଷ୍ଣ ନଜର ରଖାଯିବ ।