ନୂଆଦିଲ୍ଲୀ– ତଥ୍ୟ ଚୋରୀ ଅଭିଯୋଗରେ ୫୯ଟି ଚୀନ୍ ଆପକୁ ଵ୍ୟାନ କରିଛି ଭାରତ। ତେବେ ଏହି ଟିକଟକ ଆପ ଗୁଗୁଲ୍ ପ୍ଲେ ଷ୍ଟୋର ରୁ ମଧ୍ୟ ଡିଲିଟ କରାଯାଇଛି ।
ଦୁଇ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟରେ ଏହି ବିବାଦକୁ ଶେଷ କରିବା ପାଇଁ ଭାରତ ଉଦ୍ୟମ କରୁଥିଲେ ବି ଚୀନ ସମାଧାନ କରୁନାହିଁ । ବିବାଦକୁ ଦୂର କରିବା ପାଇଁ ଭାରତ ଓ ଚୀନ ସେନା ମଧ୍ୟରେ ଆଜି ଲେଫନାଣ୍ଟ ଜେନେରାଲ ସ୍ତରରେ ପୁଣି ଥରେ ଆଲୋଚନା ହେବ । କିନ୍ତୁ ଏହି ଆଲୋଚନାର ଠିକ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଇ ଟିକଟିକ, ୟୁସି ବ୍ରାଉଜର ସମେତ ୫୯ ଆପ ଉପରେ କଟକଣା ଲଗାଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି, ଏହି ଆପ ଏକତା ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କ୍ଷତିକାରକ ବୋଲି ଏହି ଆପ ଗୁଡ଼ିକୁ ଗୁଗୁଲ ପ୍ଲେ ଷ୍ଟୋର ରୁ ମଧ୍ୟ ହଟାଇ ଦିଆଯାଇଛି ।ଏହି ଆପ ଗୁଡ଼ିକ ତଥ୍ୟ ଚୋରି କରୁଥିବା ଅଭିଯୋଗ ରହିଛି ।