ମାଲକାନଗିରି– ମାଲକାନଗିରି ଜିଲ୍ଲାରୁ ଆଜି ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ୨୯ ଜଣ ବିଏସଏଫ ଯବାନ ରହିଛନ୍ତି । ତନ୍ମଧ୍ୟରୁ ତିନି ଜଣ ହୋମ୍ କ୍ୱାରେଂଟାଇନ ଓ ୪ ଜଣ କ୍ୱାରେଂଟାଇନ ସେଂଟରରୁ ଚିହ୍ନଟ ହୋଇଛନ୍ତି । ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ।
ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ହୋମ୍ କ୍ୱାରେଂଟାଇନରୁ ଚିହ୍ନଟ ତିନି ଜଣ ବ୍ୟକ୍ତି କୋରକୁଣ୍ଡା ବ୍ଲକ୍ ତୁମସାପାଲି ପଚାଂୟତ ଅନ୍ତର୍ଗତ ଏମଭି-୧୨ ଗ୍ରାମର । ଗତ କିଛି ଦିନ ତଳେ ଏମାନେ ଦିଲ୍ଲୀରୁ ଫେରିଥିଲେ । ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୂପ ସମ୍ପୃକ୍ତ ଗ୍ରାମକୁ କଂଟେନମେଂଟ ଜୋନ୍ ଘୋଷଣା କରାଯିବା ସହିତ ଆକ୍ରାନ୍ତଙ୍କ କଂଟାକ୍ଟ ଟ୍ରେସିଂ କାର୍ଯ୍ୟ ଜାରୀ ରହିଛି । ସେହିପରି ଅନ୍ୟ ୪ ଜଣ ମାଲକାନଗିରି ବ୍ଲକ୍ ତମସା ପଚାଂୟତ ଏମଭି -୭ କ୍ୱରେଂଟାଇନ ସେଂଟରରୁ ଚିହ୍ନଟ ହୋଇଛନ୍ତି ।