
ଭଞ୍ଜନଗର – ଭଞ୍ଜନଗର ଠାରେ ଆଜି ଜାତୀୟ ରାଜପଥ ବିଭାଜନ, ବ୍ରହ୍ମପୁର ତରଫରୁ ସ୍ୱଚ୍ଛତା କୁ ଗୁରୁତ୍ୱ ଦେଇ ପ୍ଲାଷ୍ଟିକ ହଟାଓ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଓ ଦିନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରାୟ 200ଜଣ ଛାତ୍ର ଛାତ୍ରୀ ଏକ ବିରାଟ ଶୋଭାଯାତ୍ରା ରେ ହାତରେ ପ୍ଲା କାର୍ଡ ଧରି ଓ ବିଭିନ୍ନ ସ୍ଲୋଗାନ ଦେଇ ଜନସଚେତନ ଉଦ୍ଦେଶ୍ୟ ରେ ବାହାରି ଥିଲା l ୟୁ.ବି ହାଇ ସ୍କୁଲ ରୁ ବାହାରି ଏହି ରାଲି ସହର ପରିକ୍ରମା କରିଥିଲା l ଏହି କାର୍ଯ୍ୟକ୍ରମ କୁ ଜାତୀୟ ରାଜପଥ ବିଭାଜନ ର ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏଥିରେ ୟୁ.ବି ହାଇ ସ୍କୁଲ ର ସ୍କାଉଟ୍ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l