ମାଲକାନଗିରି– ମାଲକାନଗିରି ଜିଲ୍ଲାରୁ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬କୁ ବୃଦ୍ଧି ପାଇଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୫୨ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ସଂଖ୍ୟା ୪୪ରେ ପହଂଚିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କୋଭିଡ଼୍ -୧୯ ଗାଇଡ଼୍ ଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରିବା ଓ ଏହାର ତଦାରଖ କରିବା ପାଇଁ ସମସ୍ତ ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ।