
ଭୁୂୁବନେଶ୍ୱର – ଆଜି କଟକ ଜିଲ୍ଲାରେ ୧୭ ଜଣ ନୂଆ କରୋନା ପଜିଟିଭ ମାମଲା ସାମନାକୁ ଆସିଥିବା ବେଳେ ଏଥି ମଧ୍ୟରୁ ଦୁଇ ଜଣ ସିଏମସି ଅଂଚଳର ବୋଲି କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ରାଣୀହାଟ ଅଂଚଳର ଏହି ପୁରୁଷ ଜଣଙ୍କ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ କାମ କରୁଥିବା ସୂଚନା ଦିଆ ଯାଇଛି । ସେହିପରି ୩୭ ବର୍ଷୀୟା ମହିଳା ଜଣଙ୍କ କଟକ ସିଡିଏ ଅଂଚଳର ଓ ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କୀୟ ବୋଲି ସୂଚନା ଦିଆ ଯାଇଛି ।
ବର୍ତମାନ ସୁଦ୍ଧା ସିଏମସି ଅଂଚଳର ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ୨୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୫ଟି ସକ୍ରିୟ ମାମଲା ରହିଥିବା ସିଏମସି ପକ୍ଷରୁ କୁହା ଯାଇଛି ।