-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକ ୩୬ଟି ନୂଆ ମାମଲା ସାମନାକୁ ଆସିଛି । ଅନ୍ୟ ପ କ୍ଷରେ ଆଜି ମଧ୍ୟ ଗଂଜାମ ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୩୭୦ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୮୨୧, କଟକ ଜିଲ୍ଲାରେ ୫୭୫, ଯାଜପୁର ଜିଲ୍ଲାରେ ୫୧୪, ଗଜପତି ଜିଲ୍ଲାରେ ୪୩୫, ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୫୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୯୮, ପୁରୀ ଜିଲ୍ଲାରେ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୪୭, ଭଦ୍ରକ ଜିଲ୍ଲାରେ ୨୩୨, ସୁନ୍ଦରଗଡ ଜିଲ୍ଲାରେ ୧୯୩, ମୟୁରଭଂଜ ଜିଲ୍ଲାରେ ୨୦୮, କନ୍ଧମାଳ ଜିଲ୍ଲାରେ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୧୮୩, ନୟାଗଡ ଜିଲ୍ଲାରେ ୧୪୪ ତଥା କେନ୍ଦୁଝର ଜିଲ୍ଲାରେ ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ଝାରସୁଗୁଡା ଜିଲ୍ଲାରେ ୧୦୩, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୮୦, କଳାହାଣ୍ଡି ଜିଲ୍ଲାରେ ୭୧ ଓ ବରଗଡ ଜିଲ୍ଲାରେ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୬୩, ମାଲକାନଗିରି ଜିଲ୍ଲାରେ ୯୬, ସମ୍ବଲପୁର ଜିଲ୍ଲାରେ ୫୪, ଦେବଗଡ ଜିଲ୍ଲାରେ ୫୭ ଓ ବୌଦ୍ଧ ଜିଲ୍ଲାରେ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାୟଗଡା ଜିଲ୍ଲାରେ ୩୯, ସୋନପୁର ଜିଲ୍ଲାରେ ୩୬. ନବରଙ୍ଗପୁର ଜିଲ୍ଲାରୁ ୪୨ ଜଣ କୋରାପୁଟ ଜିଲ୍ଲାରେ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।