ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡରେ କିଛି ଯୁବଗୋଷ୍ଠୀ କ୍ରିକେଟ ଖେଳୁଥିବା ଖବର ପାଇ ବ୍ରହ୍ମପୁର ତହସିଲଦାର ଓ ତାଙ୍କର ଟିମ୍ ସେଠାରେ ପହଞ୍ôଚ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କ୍ରିକେଟ ଖେଳାଳୀଙ୍କୁ ଗାଡ଼ିରେ ବସାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ । ବ୍ରହ୍ମପୁର ସହରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଥିବାରୁ ମହାନଗର ନିଗମ କର୍ତ୍ତୃପକ୍ଷ ଗତ ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ଡ଼ାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ କିଛି ଅମାନିଆ ଯୁବଗୋଷ୍ଠୀ ନିଜର ଚରିତ୍ର ଓ କାର୍ଯ୍ୟକଳାପ ନବଦଳାଇ କ୍ରିକେଟ ଖେଳିବାକୁ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡକୁ ଆସିଥିଲେ । ଏହି ସମୟରେ ତହସିଲଦାର ସିପକ ପାତ୍ର ସେଠାରେ ଚଢ଼ାଉ କରି ଅମାନିଆକୁ ସାବାଡ଼ କରିବା ସହ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଯୁବକକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ । ସେଠାରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଅମାନିଆଙ୍କୁ ଟ୍ୟୁସନ କରିବା ସହ ସେମାନଙ୍କର ମୋବାଇଲ ଫୋନ୍କୁ ଜବତ କରିବା ସହ ଆସନ୍ତା ସଟ୍ଡ଼ାଉନ ପର୍ଯ୍ୟନ୍ତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଅମାନିଆମାନେ ନିଜେ ନିଜେ ନିଜ ଆଡ଼ୁ ଏଭଳି ଭୁଲ କରିବେ ନାହିଁ ବୋଲି ଲିଖିତ ଆକାରରେ ରଖି ଏମାନଙ୍କୁ ଘରକୁ ଛାଡ଼ି ଥିବା ଜଣାପଡ଼ିଛି ।
Related Stories
November 23, 2024