ବ୍ରହ୍ମପୁର: କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ଏମ୍କେସିଜି ମେଡିକାଲ୍ର ଶେଷବର୍ଷ ଛାତ୍ରଛାତ୍ରୀମାନେ ଅନ୍ତିମ ବର୍ଷ ପରୀକ୍ଷାର ବିକଳ୍ପ ବ୍ୟବସ୍ଥା ଗ୍ରହଣ ନିମନ୍ତେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ସରକାର ପରୀକ୍ଷା ବାତିଲ କିମ୍ବା ଅନ୍ଲାଇନ୍ ପରୀକ୍ଷା କରାଉଥିବା ବେଳେ ମେଡିକାଲ୍ ଶିକ୍ଷାନୁଷ୍ଠାନ ମାନଙ୍କରେ ପିଲାମାନଙ୍କୁ ବିଭିନ୍ନ ରାଜ୍ୟରୁ ଡକାଇ ପରୀକ୍ଷା କଲେ ସଂକ୍ରମଣ ବଢ଼ିବାର ସୁଯୋଗ ରହିଛି । ବ୍ରହ୍ମପୁରରେ ବଢ଼ୁଥିବା ସଂକ୍ରମଣ, ମେଡିକାଲ୍ ଡାକ୍ତର ଓ ନର୍ସ ପଜିଟିଭ ତଥା କ୍ୟାମ୍ପସ ସଂଲଗ୍ନ ଅଞ୍ଚଳଗୁଡିକ କଣ୍ଟେନମେଣ୍ଟ ଜୋନ୍ ହୋଇଥିବାରୁ ଏହା ଅତ୍ୟନ୍ତ ବିପଦଜନକ । ଟ୍ରେନ୍ ଓ ଅନ୍ୟ ଯାନବାହାନ ଉପରେ ଲାଗିଥିବା କଟକଣା ହେତୁ ବିଭିନ୍ନ ସ୍ଥାନରୁ ପିଲା ଆସିବାକୁ ସକ୍ଷମ ହେଉନାହାଁନ୍ତି । ଏଣୁ ମେଡିକାଲ୍ କାଉନ୍ସିଲ ଅଫ୍ ଇଣ୍ଡିଆ ତଥା ସରକାର ଉଚିତ ପଦକ୍ଷେପ ନେବା ସହ ଶେଷବର୍ଷ ପରୀକ୍ଷା ବାତିଲ କିମ୍ବା ଅନ୍ଲାଇନ୍ କରାଇବା ପାଇଁ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ସେମାନେ ଏହି ଦାବିପତ୍ରରେ ଜଣାଇଛନ୍ତି । ପୂର୍ବବର୍ଷ ମାନଙ୍କ ଫଳାଫଳ ଆଧାର ମାଧ୍ୟମରେ ଉତ୍ତୀର୍ଣ୍ଣ କରାଇବା ନିମନ୍ତେ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି ।
Related Stories
November 22, 2024