ମୁମ୍ବାଇ– କରୋନା ଭାଇରସ ପାଇଁ ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶ ଲକଡାଉନ ହେବା ପରେ ଏବେ ଅନଲକ-୧ ପ୍ରକ୍ରିୟା ଜାରି ରହିଛି । ମହାରାଷ୍ଟ୍ରରେ କରୋନା ଭାଇରସ ବ୍ୟାପକ ରୂପ ନେଇଛି । ମୁମ୍ବାଇବାସୀ ମଧ୍ୟ କରୋନା କବଳରେ ଛଟପଟ ହେଉଛନ୍ତି । ମୁମ୍ବାଇରେ ଶନିବାର ଦିନ ୨ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୋଲିସ ସକ୍ରିୟ ହୋଇଥିବା ଦେଖାଯାଇଛି । ମୁମ୍ବାଇରେ ଦୋକାନ ବଜାର ଖୋଲିଥିବା ବେଳେ ଲୋକେ ନିଜ ଘରଠାରୁ ୧ କିଲୋମିଟରରୁ ଅଧିକ ଦୂରକୁ ନଯାଆନ୍ତୁ ବୋଲି ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ମୁମ୍ବାଇ ପୋଲିସ ମୁଖପାତ୍ର ପ୍ରୟଣ ଅଶୋକ ରବିବାର ଏହି ଘୋଷଣା କରିଛନ୍ତି । କେବଳ କାର୍ଯ୍ୟାଳୟ ଓ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ପୋଲିସ ପରାମର୍ଶ ଦେଇଛି । ସେହିଭଳି ଜିନିଷପତ୍ର କିଣାକିଣି ପାଇଁ ୨ କିଲୋମିଟର ଦୂରକୁ ନଯାଆନ୍ତୁ ବୋଲି ନିର୍ଦ୍ଦେଶ ହୋଇଛି ।
ଶପିଂ କରିବା ଓ ସେଲୁନରେ କେଶ କାଟିବା ୨ କିଲୋମିଟର ଭତରେ ହେଉ । ଅଫିସ ଯୁବା ଅଥବା ଜରୁରୀକାମ ପାଇଁ ଯିବାକୁ ଅନୁମତି ମିିଳବ । ଘରୁ ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ । ସେହିଭଳି ସମସ୍ତ ସାମାଜିକ ଦୂରତ୍ୱ ଜାରି ରଖନ୍ତୁ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।