ନୂଆଦିଲ୍ଲୀ – ମହାମାରୀ କରୋନା କାରଣରୁ ବିଶ୍ୱରେ ୧ କୋଟି ୨ ଲକ୍ଷ ୪୨ ହଜାର ୮୮୮ ଜଣ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ସୋମବାର ସକାଳ ୭ଟା ସୁଦ୍ଧା ବିଶ୍ୱରେ ୫ ଲକ୍ଷ ୪ ହଜାର ୩୬୬ ଜଣ ଲୋକ ଜୀବନ ହାରିଛନ୍ତି । ଏହି ମାରାତ୍ମକ ଭାଇରସରୁ ୫୫ ଲକ୍ଷ ୫୩ ହଜାର ୪୨ ଜଣ ଜୀବନ ବଞ୍ଚାଇପାରିଥିବା ବେଳେ ୪୧ ଲକ୍ଷ ୮୫ ହଜାର ୪୮୦ ଜଣ ଲୋକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୬୭୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଏଠାରେ ୨୬ ଲକ୍ଷ ୩୭ ହଜାର ୭୭ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୮ ହଜାର ୪୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୧୦ ଲକ୍ଷ ୯୩ ହଜାର ୪୫୬ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ୧୪ ଲକ୍ଷ ୧୫ ହଜାର ୧୮୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ହଜାର ୮୨୫ ଜଣ ଗୁରୁତର ଅଛନ୍ତି ।