ଜଟଣୀ – ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୨୨ ନମ୍ବର ୱାର୍ଡ଼ର ଦଶଦୋଳ ମେଳଣ ପଡିଆ ପ୍ରଥମିକ ବିଦ୍ୟାଳୟ ନିକଟରେ ଫେଡ଼କୋ ତରଫରୁ ଏକ ଟ୍ରାନ୍ସଫରମର ବସାଯାଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି । ଆଜିକୁ କିଛି ଦିନ ହେବ ଫେଡ଼କୋ କର୍ମଚାରୀଙ୍କ ଅବହେଳା ଓ ରକ୍ଷଣାବେକ୍ଷଣା ଅଭାବରୁ ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ରେ ଅନାବନା ଗଛ ଉଠି ଜଙ୍ଗଲର ରୂପ ନେଲାଣି । ବଡ଼ ବଡ଼ ଗଛ ସାଙ୍ଗକୁ କିଛି ଲତା ତା’ର ଚତୁଃପାଶ୍ୱର୍ରେ ମାଡ଼ି ରହିଛି । ଏପରିକି ଟ୍ରାନ୍ସଫର୍ମର ସଂଯୋଗ ଦେଇଥିବା ଖୋଲା ତାରକୁ ମଧ୍ୟ ଲତା ମାଡ଼ିବସିଛି । ଏହି କ୍ରମରେ ଟ୍ରାଫିକ୍ କଲୋନୀ, ରେତଙ୍ଗ କଲୋନୀ, ବାଛରା ପାଟଣା, ରାମଚନ୍ଦ୍ରପୁର, ବିଡିଏ କଲୋନୀ ପ୍ରଭୃତିରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଯାହାଫଳରେ ଅସରାଏ ବର୍ଷା ହେଲେ ସେହିବାଟ ଦେଇ ଯାତାୟାତ କରୁଥିବା ଗାଈ ଗୋରୁମାନେ ବିଦ୍ୟୁତ୍ ଆଘାତର ଶିକାର ହେଉଛନ୍ତି । ଏହିପରି ଅନେକ ଗାଈ ଗୋରୁ, କୁକୁର ପ୍ରଭୃତି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆହତ ହୋଇଯିବା ସହ କେତେକ ସ୍ଥାନରେ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି । ତେଣୁ, ଆଗକୁ କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଫେଡ଼କୋ ସଂସ୍ଥାର ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Related Stories
November 25, 2024