ଭୁୂୁବନେଶ୍ୱର– ଆଜି କଟକ ଜିଲ୍ଲାରେ ୭ ଜଣ ନୂଆ କରୋନା ପଜିଟିଭ ମାମଲା ସାମନାକୁ ଆସିଥିବା ବେଳେ ଏଥି ମଧ୍ୟରୁ ଦୁଇ ଜଣ ସିଏମସି ଅଂଚଳର ବୋଲି କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ଏମାନଙ୍କ ମଧ୍ୟରୁ ଜଣେ ୨୪ ବର୍ଷିୟା ମହିଳା ମଙ୍ଗଳାବାଗର ହୋଇଥିବା ବେଳେ ରାଣୀହାଟ ଅଂଚଳର ଶଗଡିଆସାହି ଅଂଚଳର ଜଣେ ୨୮ ବର୍ଷୀୟ ପୁରୁଷ ରହିଛନ୍ତି । ଉଭୟ କୋରୋନା ଯୋଦ୍ଧା ଭାବେ କଟକର ଏଏଚଆରସିସି ହସପିଟାଲରେ କାମ କରୁଥିବା ସୂଚନା ଦିଆ ଯାଇଛି ।
ବର୍ତମାନ ସୁଦ୍ଧା ସିଏମସି ଅଂଚଳର ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ୨୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୩ଟି ସକ୍ରିୟ ମାମଲା ରହିଥିବା ସିଏମସି ପକ୍ଷରୁ କୁହା ଯାଇଛି ।