-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଗଂଜାମ ଜିଲ୍ଲାରେ ୯୬ ନୂଆ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୩୬୭ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୮୧୪, କଟକ ଜିଲ୍ଲାରେ ୫୫୮, ଯାଜପୁର ଜିଲ୍ଲାରେ ୪୮୬, ଗଜପତି ଜିଲ୍ଲାରେ ୪୩୫, ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୪୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୮୧, ପୁରୀ ଜିଲ୍ଲାରେ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୪୩, ଭଦ୍ରକ ଜିଲ୍ଲାରେ ୨୨୮, ସୁନ୍ଦରଗଡ ଜିଲ୍ଲାରେ ୧୯୧, ମୟୁରଭଂଜ ଜିଲ୍ଲାରେ ୨୦୧, କନ୍ଧମାଳ ଜିଲ୍ଲାରେ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୧୬୭, ନୟାଗଡ ଜିଲ୍ଲାରେ ୧୪୩ ତଥା କେନ୍ଦୁଝର ଜିଲ୍ଲାରେ ୧୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ଝାରସୁଗୁଡା ଜିଲ୍ଲାରେ ୧୦୦, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୭୬, କଳାହାଣ୍ଡି ଜିଲ୍ଲାରେ ୭୧ ଓ ବରଗଡ ଜିଲ୍ଲାରେ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୬୩, ମାଲକାନଗିରି ଜିଲ୍ଲାରେ ୬୦, ସମ୍ବଲପୁର ଜିଲ୍ଲାରେ ୫୦, ଦେବଗଡ ଜିଲ୍ଲାରେ ୪୨ ଓ ବୌଦ୍ଧ ଜିଲ୍ଲାରେ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାୟଗଡା ଜିଲ୍ଲାରେ ୩୯, ସୋନପୁର ଜିଲ୍ଲାରେ ୩୬. ନବରଙ୍ଗପୁର ଜିଲ୍ଲାରୁ ୪୨ ଜଣ କୋରାପୁଟ ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।