-
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହୋଇଥିଲା ଆୟୋଜନ
-
୬୪ ୟୁନିଟ୍ ରକ୍ତ ହେଲା ସଂଗୃହୀତ
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଆଜି ବାଲେଶ୍ୱର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ ଲଦାଖର ଗାଲୱାନ ଘାଟିରେ ଚୀନ ଆକ୍ରମଣ ଫଳରେ ଶହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଶିବିର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିଲା। ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ ଏଥିରେ ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିଲେ। ଏହି ଶିବିରରୁ ମୋଟ ୬୪ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା।
ଏହି ଶିବିରରେ ବାଲେଶ୍ୱର ମ୍ୟୁନିସିପାଲିଟିର ପୂର୍ବତନ ଉପ-ନଗରପାଳ ମନୋଜ କୁମାର ରାଉତ, ଜିଲ୍ଲା ରକ୍ତ ଭଣ୍ଡାର ମୁଖ୍ୟ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିସିଜେଡି ଜିଲ୍ଲା ମହାସଚିବ କୁଶାଲ ଚାଟାର୍ଜୀ, ଜିଲ୍ଲା ସାଧାରଣ ସମ୍ପାଦକ କିରଣ ନାଥ, ସାଧାରଣ ସମ୍ପାଦିକା ଦେବଶ୍ରୀ ମହାନ୍ତି, ଟାଉନ୍ ଉପ ସଭାପତି ରାହୁଲ ନାୟକ, ଉପସଭାପତି ଶିବଶଙ୍କର ଦାସ, ଚିନ୍ମୟ ମହାନ୍ତି, ପ୍ଲାବନ ଦାସ, ଦେବବ୍ରତ ଭୂୟାଁ, ନରୋତ୍ତମ ଦାସ, ଶୁଭମ ନାୟକ, ଜୀବନ ସଂଗ୍ରାମ ମିଶ୍ର, ସୁରଜ ସାହୁ, ସମ୍ବିତ ନନ୍ଦୀ, ସୁଦୀପ୍ତ ମହାନ୍ତି, ଶୁଭ୍ରଜିତ, ବାବୁଲୁ, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶହୀଦ ମାନଙ୍କ ସ୍ମୃତିରେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଏହିଭଳି ରକ୍ତଦାନ ଶିବିର ମାନ ଅନୁଷ୍ଠିତ ହେବ ବୋଲି ବିସିଜେଡି ସଭାପତିଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।