ଭଞ୍ଜନଗର, ଜେ.କେ ପଟ୍ଟନାୟକଙ୍କ ରିପୋର୍ଟ
କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି କରି ଚାଲିଛନ୍ତି। ଅନ୍ତର୍ଜାତୀକ ବଜାରରେ ତୈଳ ଦର ଯଥେଷ୍ଟ କମ ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡ଼ିଜେଲ ଉପରେ ୫୦ଟଙ୍କାରୁ ଅଧିକ ଟ୍ୟାକ୍ସ ଆଦାୟ କରୁଛନ୍ତି।ତୈଳ ଦର ବୃଦ୍ଧି ପାଉଥିବାରୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଉଛି।ଫଳରେ ସାଧାରଣ ଲୋକମାନେ ହଇରାଣ ହରକତ ହେଉଛନ୍ତି।ବର୍ତ୍ତମାନ ପରିସ୍ଥିତି ରେ କରୋନା ଦ୍ୱାରା ଦେଶବାସୀ ବହୁ ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ସରକାର ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତେଲ ଦର ବୃଦ୍ଧି କରି ଶୋଷଣ କରିଚାଲିଛନ୍ତି।ତେଣୁ ଆଜି ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଦ୍ଵାରା ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏଥିରେ ପିସିସି କୋର କମିଟି ସଦସ୍ୟ ଦେବୀ ବିଷୋୟୀ, ଯୁବନେତା ପ୍ରଶାନ୍ତ ବିଷୋୟୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Related Stories
November 22, 2024