ଗନ୍ନାଥପ୍ରସାଦ : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସି ଥାନା ଅଧିକାରୀ ଙ୍କ ବଦଳି କୁ ବାତିଲ କରା ଯାଉ ବୋଲି ବିଭିନ୍ନ ଖବର କାଗଜ ରେ ପ୍ରକାଶିତ ଖବରକୁ ଜଗନ୍ନାଥ ପ୍ରସାଦ ବ୍ଲକ ବିଜୁ ଜନତା ଦଳ ତରଫରୁ ଖଣ୍ଡନ କରିଯିବା ସହ ସେମାନଙ୍କ ମତା ମତା ନ ନେଇ ଏପରି ମିଥ୍ୟା ଖବର ପ୍ରକାଶନ କରା ଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ରେ ପ୍ରତିକ୍ରିୟା ରଖିଛନ୍ତି।
କିଛିଦିନ ତଳେ ଦୈନିକ ଖବର କାଗଜ “ସମ୍ବାଦ”,”ନିତିଦିନ:,ଓ “ପ୍ରମୟେ”ରେ ପ୍ରକାଶିତ ଖବର “ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଙ୍କ ବଦଳି “ଶୀର୍ଷକ ଖବର ରେ ଥାନା ଅଧିକାରୀ ଙ୍କ ବଦଳି ବାତିଲ ପାଇଁ ବିଜେଡି ଦାବି କରିଛି ବୋଲି ପ୍ରକାଶିତ ହୋଇଥିବା ରୁ ଏହକୁ ଦଳ ତରଫରୁ ତୀବ୍ର ନିନ୍ଦା କରିବା ସହ ସେମାନଙ୍କ କୌଣସି ପ୍ରତିକ୍ରିୟା ନ ନେ’ଇ ଏପରି ଭୁଲ ଖବର ପ୍ରକାଶିତ ହୋଇଛି ବୋଲି ମତା ମତା ରଖିଛନ୍ତି।ବିଡିପୁର ସରପଞ୍ଚ ଶ୍ରୀଯୁକ୍ତକୃଷ୍ଣ ଚନ୍ଦ୍ର ରଥ ନିଜ ବୟାନ ରେ କହିଛନ୍ତି ଯେ-ଥାନା ଅଧିକାରୀ ଙ୍କ ବଦଳି ବାତିଲ କରା ଯାଉ ବୋଲି କୌଣସି ମତାମତା ଦେଇନୁ ଥାନା ଅଧିକାରୀ ଙ୍କ ବଦଳି ବାତିଲ ପାଇଁ ଆମକୁ ବଳି ପକେଇଦିଆ ଯାଇଛି,କିଛି ନ୍ୟର୍ଥ ସ୍ଵାର୍ଥପର ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ ଆମକୁ ସେ ଭିତେର ଅନ୍ତଭୁକ୍ତ କରେଇଛନ୍ତି, ଆମ ଦଳ ରେ ଥିବା ଏକତା, ନୈତିକତା, କୁ ଜଳାଞ୍ଜଳି ଦେଇ ଥାନା ଅଧିକାରୀଙ୍କ ବଦଳି ଆମ୍ଭେ ଦାବି କରୁଛୁ ବୋଲି ଆମ ନାମ ପ୍ରକାଶ କରିଛନ୍ତି, ଯାହାକୁ ଆମେ ଦୃଢ ପ୍ରତିବାଦ କରୁଛୁ।ଆମେ ଥାନା ଅଧିକାରୀ ଙ୍କ ବଦଳି ବାତିଲ ସପକ୍ଷରେ ନାହୁଁ ।ଏହା ସରକାରୀ କାର୍ଯ୍ୟକ୍ରମ, କେବଳ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ବଦଳି ହୋଇ ନାହାନ୍ତି ତାଙ୍କ ସହ ଏକାଧିକ ଥାନା ଅଧିକାରୀ ବଦଳି ହୋଇଛନ୍ତି, କୌଣସି ମତା ମତ ନ ନେଇ ଖବର ପ୍ରକାଶନ ହୋଇ ଥିବାରୁ ଏହାକୁ ଆମେ ନିନ୍ଦା କରୁଛୁ, ଓ ବିଜେଡି ଭିତରେ ପାର୍ଥକ୍ୟ ଅଛି ବୋଲି ଦେଖାଇବା ପାଇଁ ପ୍ରୟାସ କରା ଯାଇଛି ବୋଲି କହିଛନ୍ତି।ସେହିପାରି ଜଗନ୍ନାଥ ପ୍ରସାଦ ବ୍ଲକ ଉପାଦକ୍ଷଶ୍ରୀଯୁକ୍ତ ହିମାଂଶୁ ଶେଖର ବାରିକ କହିଛନ୍ତି ଯେ ତାଙ୍କର ମଧ୍ୟ କୌଣସି ମତା ମତା ନ ନେଇ ଥାନା ଅଧିକାରୀ ଙ୍କ ବଦଳି ବାତିଲ ପାଇଁ ସେ ଦାବି କରିଛନ୍ତି ବୋଲି ଯାହା ଖବର ରେ ପ୍ରକାଶିତ ହୋଇଛି ତାହାର ସେ ଦୃଢ ନିନ୍ଦା କରିବା ସହ ତାଙ୍କ ମାନ ହାନି ହେଲା ବୋଲି କହିଛନ୍ତି। କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତବିପ୍ର ଚରଣ ବାରିକ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ଆମ ବିଜେଡି ଦଳ ର ବ୍ୟକ୍ତି ସହ ଅନ୍ୟ ଦଳ ର ବ୍ୟକ୍ତି ସହ ଯୋଡି ଥାନା ଅଧିକାରୀ ଙ୍କ ବଦଳି ବାତିଲ କରାଯିବ ବୋଲି ସମ୍ବାଦ, ନିତିଦିନ, ପ୍ରମୟେ ଖବର କାଗଜ ରେ ଯାହା ପ୍ରକାଶିତ ହୋଇଛି ତାହାକୁ ମୁଁ ନିନ୍ଦା କରୁଛି। ନିଦିଷ୍ଟ ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ ଏପରି ଖବର ପ୍ରକାଶ କରିଛନ୍ତି ବୋଲି କହିଛନ୍ତି।ଆଜକୁ ୬ ମାସ ମଧ୍ୟରେ ଥାନା କୁ ବାରମ୍ବାର ଯାଉଥିବା ବ୍ୟକ୍ତି ମାନଙ୍କ ସିସିଟିଭି ଫୁଟେଜ ତଦନ୍ତ କରା ଯାଉ ବୋଲି ସେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ନିବେଦନ କରିଛନ୍ତି, ଫଳରେ ଥାନା କୁ ଯାଉଥିବା ନିର୍ଦିଷ୍ଟ ବ୍ୟକ୍ତି ବିଷୟରେ ସୂଚନା ମିଳିବ।ସେ ବ୍ୟକ୍ତି ମାନେ ଆମ ଦଳ ରେ ଫାଟ କରିବା ଏପରି ଖବର ପ୍ରକାଶ କରିଛନ୍ତି, ବିଜେଡି ଦଳ ବ୍ୟକ୍ତି ମାନଙ୍କ ମତାମତ ନ ନେଇ ଖବର ପ୍ରକାଶନ ହୋଇ ଥିବାରୁ ଆବଶ୍ୟକ ସ୍ଥଳେ ଆମେ ଆଇନ ର ମଧ୍ୟ ଆଶ୍ରୟ ନେବୁ।ସେହିପରି ବୁଡୁରୁଙ୍ଗ ସରପଞ୍ଚ ଧ୍ରୁବ ଚନ୍ଦ୍ର ବେହେରା କହିଛନ୍ତି ଯେ ତାଙ୍କ ମତା ମତ ନ ନେଇ ଥାନା ଅଧିକାରୀ ଙ୍କ ବଦଳି ବାତିଲ ହେଉ ବୋଲି ମୁଁ କେବେ କହିନାହିଁ ,ଯାହା ପ୍ରକାଶିତ ହୋଇଛି ତାହାର ମୁଁ ନିନ୍ଦା କରିଛି, ଆବଶ୍ୟକ ସ୍ଥଳେ ଆଇନ ର ଆଶ୍ରୟ ନେବି।ଆଜିର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେ ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ରଥ,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତବିପ୍ର ଚରଣ ବାରିକ,ବ୍ଲକ ଉପାଦକ୍ଷ ଶ୍ରୀଯୁକ୍ତହିମାଂଶୁ ଶେଖର ବାରିକ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଶ୍ରୀଯୁକ୍ତଅନାଦି ବେହରା,ବୁଡୁରୁଙ୍ଗ ସରପଞ୍ଚ ଶ୍ରୀଯୁକ୍ତଧ୍ରୁବଚନ୍ଦ୍ର ବେହେରା ,କାଦୁଆ ସରପଞ୍ଚ ଶ୍ରୀଯୁକ୍ତ ବିଚିତ୍ର ନାଇକ,କୁମ୍ପପଡା ଶ୍ରୀଯୁକ୍ତ ଯଶୋବନ୍ତ ବଳବନ୍ତ ସାହାଣୀ,ଅଳସୁ ସରପଞ୍ଚ ଶ୍ରୀଯୁକ୍ତ ହୃଷିକେଶ ନାୟକ, ବିଡିପୁର ସମିତିସଭ୍ୟ ଶ୍ରୀଅମୀର ସ୍ଵାଇଁ,ଜଗନ୍ନାଥ ପ୍ରସାଦ ସରପଞ୍ଚଶ୍ରୀଯୁକ୍ତଦେବୀ ପ୍ରସାଦ ମହାପାତ୍ର,ଭାଗିରଥି ମାଝୀ, ଉପେନ୍ଦ୍ର ବେହେରା ,ଓ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ।
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ