-
୩0 ଜଣ ସାମ୍ବାଦିକଙ୍କର କୋଭିଡ ଟେଷ୍ଟ
-
ବାହୁଡ଼ାଯାତ୍ରା ପାଇଁ ୩0 ରୁ ୨ ଜୁଲାଇ ପର୍ଯ୍ୟନ୍ତ ହେବ ସଟଡାଉନ
-
ସମସ୍ତ ପ୍ରବେଶ ପଥ ହେବ ବନ୍ଦ -ଜିଲ୍ଲାପାଳ
-
ସ୍ଥାନୀୟ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ
-
ହୋଟେଲ, ଲଜ ଏବଂ ଧର୍ମଶାଳାରେ ରହିପାରିବେନି ପର୍ଯ୍ୟଟକ
-
ବଡଦାଣ୍ଡରେ ବାହାର ଲୋକଙ୍କୁ ଘରେ ରଖିବା ଧରାପଡ଼ିଲେ ହେବ କଡା କାର୍ଯ୍ୟାନୁଷ୍ଠାନ |
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୨୮/0୬/୨0୨0, ହେରାପଞ୍ଚମୀ ନୀତିପରେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବାପରେ ଦକ୍ଷିଣ ମୋଡ ହେଲା ତିନି ରଥ |ପ୍ରଥମେ ଦକ୍ଷିଣ ମୋଡ ହେଲା ଦେବୀ ସୁଭଦ୍ରାଙ୍କର ରଥ ଦର୍ପଦଳନ, ଦ୍ୱିତୀୟରେ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ପୋଲିସ ମାନଙ୍କ ଦ୍ୱାରା ଟଣାଯାଇ ନାକଚଣା ଦ୍ୱାର ପାଖରେ ଲାଗିଲା |
ଆଜି ପୁରୀରେ ୩0 ଜଣ ସାମ୍ବାଦିକ ଓ ଫୋଟୋଗ୍ରାଫରଙ୍କ କୋଭିଡ ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ କରାଗଲା |ଦେଶ କରୋନା ସଂକଟ ଦେଇ ଗତି କରୁଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିୟମକୁ ମାନି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବାହୁଡ଼ାଯାତ୍ରା ପାଇଁ ସାମିଲ ସମସ୍ତ ସାମ୍ବାଦିକ ଓ ଫୋଟୋ ଗ୍ରାଫର ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି |କରଣ ଜଣେ ସେବାୟତ ଓ ମେଡିକାଲ ଛକ ଟ୍ରାଫିକ କନେଷ୍ଟବଳ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ବାହୁଡ଼ାଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ ହେବ |ପଜିଟିଭ ଥିବା ବ୍ୟକ୍ତିଙ୍କୁ ସାମିଲ କରାଯିବ ନାହିଁ |
ଚଳିତ ବର୍ଷର ରଥଯାତ୍ରା ଏକ ଇତିହାସ ରଚିଥିବାର ଜିଲ୍ଲାପାଳ ନିଜେ ଭିଡ଼ିଓ ମାଧ୍ୟମରେ ପୁରୀଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି |ସେ କହିଛନ୍ତି ଏ ବର୍ଷର ରଥଯାତ୍ରା ଅତୁଳନୀୟ, ଅବିଶ୍ୱାସନୀୟ, ଅଦଭୂତ |ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଯେଉଁ ସହଯୋଗ ଓ ନିଜର ଅନୁଶାସନ ଦେଖାଇ ନିଜ ନିଜ ଘରେ ରହି ଟେଲିଭିଜନ ମାଧ୍ୟମରେ ଦର୍ଶନ କଲେ ସେଥିପାଇଁ ଜିଲ୍ଲାପ୍ରଶାସନ ତରଫରୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି|ଆଗକୁ ଥିବା ୧ ଜୁଲାଇରେ ବାହୁଡ଼ାଯାତ୍ରା, ୨ ଜୁଲାଇରେ ସୁନାବେଶ, ୩ ଜୁଲାଇରେ ଅଧରପଣା, ୪ ଜୁଲାଇରେ ନୀଳାଦ୍ରୀବିଜେ |
ଏହି ଚାରି ଦିନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ କ୍ରମେ ସମସ୍ତଙ୍କ ପାଇଁ କଟକଣା ରହିବ | ଜିଲ୍ଲାପାଳ ସମସ୍ତଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଯେ ସମସ୍ତେ ଘରେ ରହି ଦର୍ଶନ କରନ୍ତୁ| ୩0 ଜୁନ ରାତି ୧0ଟା ପରଠାରୁ ୨ ଜୁଲାଇ ରାତି ୧0ଟା ପର୍ଯ୍ୟନ୍ତ ପୁରୀଜିଲ୍ଲାକୁ କରଫୁ ଏବଂ ସଟଡାଉନ ଘୋଷଣା କରାଯାଇଛି |ସେତେବେଳେ କୌଣସି ଯାନବାହାନ ଯାତାୟାତ ପାଇଁ ଅନୁମତି ଦିଆଯିବନାହିଁ କେବଳ ଅତ୍ୟାବଶ୍ୟକୀୟ ଏବଂ ଜରୁରୀ କାଳୀନ ଯାନ ଓ ମେଡିକାଲ ସେବା ବ୍ୟତୀତ |ବଡଦାଣ୍ଡରେ ବାହାର ଲୋକଙ୍କୁ ଘରେ ରଖିବା ଧରାପଡ଼ିଲେ ହେବ କଡା କାର୍ଯ୍ୟାନୁଷ୍ଠାନ |
ପୁରୀଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରୋଡକୁ ସିଲ କରାଯିବ |ସମସ୍ତ ହୋଟେଲ, ଲଜ, ଧର୍ମଶାଳା ଗୁଡିକୁ ନିର୍ଦେଶ ଦେଇଛନ୍ତି କୌଣସି ପର୍ଯ୍ୟଟକଙ୍କୁ ଏହି ଚାରିଦିନ ନ ରଖିବା ପାଇଁ |ବଡଦାଣ୍ଡରେ ଥିବା ସମସ୍ତ ଦୋକାନ ଏହିଦିନ ଗୁଡିକ ବନ୍ଦ ରଖିବାକୁ ଭିଡ଼ିଓ ମାଧ୍ୟମରେ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି |