କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅଧିନ କୁତରଙ୍ଗ ଗ୍ରାମପଂଚାୟତର ବାସିନ୍ଦାମାନେ ସ୍କୁଲ୍ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରାଇବାକୁ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି । ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ଦେବାସହ ଏହି ପୁରାତନ ସ୍କୁଲ୍ର ବିକାଶ ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।
ସୂଚନା ମୁତାବକ, ୧୯୮୦ ମସିହାରେ ସ୍ଥାପନ କରାଯାଇଥିବା ଏହି ବିଦ୍ୟାଳୟ ଅଦ୍ୟାବଧି ୩୪ଟି ବ୍ୟାଚ୍ ମାଟ୍ରିକ୍ ପରୀକ୍ଷା ଦେଇସାରିଲାଣି । ଗତ ଫନି ବାତ୍ୟାରେ ବିଦ୍ୟାଳୟର ବହୁ କ୍ଷତି ହୋଇଥିଲେ ମଧ୍ୟ ସେ ସବୁକୁ ଭରଣା କରାଯାଇପାରିନାହିଁ । ଶ୍ରେଣୀଗୃହ ଅଭାବ ରହିଥିବାବେଳେ ସାଂସଦଙ୍କ ଅନୁଦାନ ପାଣ୍ଠି ସହାୟତାରେ ଦୀର୍ଘଦିନରୁ ନିର୍ମାଣାଧିନ ଗୃହଟି ଅଦ୍ୟାବଧି ପୂର୍ଣ୍ଣାଙ୍ଗ ହୋଇପାରିନାହିଁ । ଫଳରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନରେ ବାଧା ପହଁଚିବା ସହ ବିଦ୍ୟାଳୟର ଅଫିସ୍ କାର୍ଯ୍ୟ ଚଳାଇବା ଅସମ୍ଭବ ହୋଇପଡିଛି ।
ଏ ନେଇ ସ୍ଥାନୀୟ ସରପଂଚ ସୀତା ସୁନ୍ଦରୀ ମଲ୍ଲିକ, ନରୋତମ ମଲ୍ଲିକ, ଅଶୋକ କୁମାର ଜେନା, ଅଭିମନ୍ୟୁ ମହାନ୍ତି, ରାଜନ୍ ପ୍ରସାଦ ଥାଟୋଇ, ପ୍ରସନ୍ନ ପଣ୍ଡା, ଦୁଃଶାସନ ମଲ୍ଲିକ, କେଶବ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।
Related Stories
November 25, 2024