ବ୍ରହ୍ମପୁର: ସମ୍ପ୍ରତି କରୋନା ମହାମାରୀ ମୁକାବିଲାରେ ଡାକ୍ତରମାନେ ଅଛନ୍ତି ଆଗ ଧାଡିରେ । ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭକରି ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ନିଜର ଦାୟୀତ୍ୱ ସଠିକ୍ ନିର୍ବାହନ କରିଛନ୍ତି । ବ୍ରହ୍ମପୁରରେ କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆର୍ବିଏସ୍କେର ଏକ ୧୫ଜଣିଆ ଡାକ୍ତରୀ ଦଳ ସେଠାରେ ପହଞ୍ôଚଛନ୍ତି । ଘରକୁ ଘର ବୁଲି ସନ୍ଦିଗ୍ଧଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାରେ ଏମାନେ ମୁଖ୍ୟ ଦାୟୀତ୍ୱ ତୁଲାଉଛନ୍ତି ।