ବ୍ରହ୍ମପୁର: ସଟ୍ ଡାଉନ୍ କଟକଣାକୁ ଫୁ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରକୁ ୪ଦିନିଆ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ଓ କ୍ଷୀର ବିକ୍ରିକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ଉପରେ କଟକଣା ଲଗାଇଛି ପ୍ରଶାସନ । ଏଭଳି ପରିସ୍ଥିତିରେ ରବିବାର ସକାଳୁ ସକାଳୁ ସଟ୍ ଡାଉନ୍ ସତ୍ତ୍ୱେ ସହରର ହରିଡାଖଣ୍ଡି ମାଛ ମାର୍କେଟ ଖୋଲା ଥିବା ନେଇ ଦେଖିବାକୁୂ ମିଳିଥିଲା । ପ୍ରବଳ ଭିଡ ମଧ୍ୟରେ ମାଛ ବିକ୍ରି ହେଉଥିବା ବେଳେ ଏଥିରେ ସାମାଜିକ ଦୂରନା ନଥିଲା । ଏନେଇ କିଛି ସ୍ଥାନୀୟ ଲୋକେ ଦେଖିବା ପରେ ଏହାକୁ ବିରୋଧ କରି ମାଛ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଘଉଡାଇଥିଲେ । ପରେ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ôଚ ସମ୍ପୃକ୍ତ ମାଛ ମାର୍କେଟକୁ ବନ୍ଦ କରିଛି ।