ବ୍ରହ୍ମପୁର : ଡିଜେଲ ଓ ପେଟ୍ରୋଲର ଦାମ ଗତ ୨୦ଦିନ ଧରି ପ୍ରତିଦିନ ବୃଦ୍ଧି ପାଇବା ଯୋଗୁ ଦୁର୍ଦ୍ଦଶା ଆହୁରି ବୃଦ୍ଧି ପାଇଛି । ରାଜ୍ୟରେ ଡିଜେଲ ଓ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ହେଲାଣି । ଏଭଳି ବୃଦ୍ଧି ରହିଲେ ୧୦୦ଟଙ୍କାରେ ପହଞ୍ôଚବ । ଫଳରେ ମାଲ ଓ ଯାତ୍ରୀ ପରିବହନ ଭଡା ବୃଦ୍ଧି ପାଇବ । ଏହାଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ । ଏପରି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଅବକାରୀ ଶୁଳ୍କ ଓ ଭାଟ ଟିକସ ହ୍ରାସ କରି ତୈଳ ଦର କମାଇବା ସହ ଲକ୍ ଡାଉନ୍ ଯୋଗୁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ପରିବାରର ମୁଣ୍ଡପିଛା ୧୦କେଜି ଚାଉଳ/ଗହମ ମାଗଣାରେ ଯୋଗାଇବା, ମାସିକ ୭୫୦୦ଟଙ୍କା ୬ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ଇତ୍ୟାଦି ପଦକ୍ଷେପ ନେବାକୁ ବାମପନ୍ଥୀ ଦଳମାନେ ଦାବି କରିଛନ୍ତି । ତେଣୁ ଆସନ୍ତା ଜୁନ୍ ୩୦ତାରିଖ ଦିନ ରାଜ୍ୟର ସର୍ବତ୍ର ହେଉଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେବାକୁ ସିପିଆଇ, ସିପିଆଇ(ଏମ୍), ସିପିଆଇଏମ୍ଏଲ୍(ଲିବରେସନ) ଓ ଅଖିଳ ଭାରତ ଫରୱାର୍ଡ ବ୍ଲକ୍ ପକ୍ଷରୁ ଆହ୍ୱାନ କରାଯାଇଛି ।
Related Stories
November 23, 2024