ଭୁବନେଶ୍ୱର – ରାଜ୍ୟରେ ରବିବାର ଦିନ ତିନି ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହା ଦ୍ୱାରା ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ଗଂଜାମ ଜିଲ୍ଲାରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ସେ ଡାଇବେଟିସ ଓ ହାଇପର ଟେନସନ ରୋଗରେ ମଧ୍ୟ ପୀଡିତ ଥିଲେ ।
ସେହିପରି କଟକ ଜିଲ୍ଲାର ଜଣେ ୬୫ ବର୍ଷୀୟ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି । ସେ ଡାଇବେଟିସ ଓ ହାଇପର ଟେନସନ ଓ କ୍ରନିକ କିଡନି ରୋଗରେ ମଧ୍ୟ ପୀଡିତ ଥିଲେ ।
ଭୁବନେଶ୍ୱରରେ ଜଣେ ୭୩ ବର୍ଷୀୟ ପୁରୁଷ ମଧ୍ୟ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେ ମଧ୍ୟ ଡାଇବେଟିସ ଓ ହାଇପର ଟେନସନ ଓ କ୍ରନିକ କିଡନି ରୋଗରେ ମଧ୍ୟ ପୀଡିତ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।