
-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଗଂଜାମ ଜିଲ୍ଲାରେ ୭୬ ନୂଆ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୨୭୧ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୭୮୬, କଟକ ଜିଲ୍ଲାରେ ୫୪୯, ଯାଜପୁର ଜିଲ୍ଲାରେ ୪୪୬, ଗଜପତି ଜିଲ୍ଲାରେ ୪୨୮, ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୪୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୭୨, ପୁରୀ ଜିଲ୍ଲାରେ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୩୫, ଭଦ୍ରକ ଜିଲ୍ଲାରେ ୨୨୬, ସୁନ୍ଦରଗଡ ଜିଲ୍ଲାରେ ୧୮୫, ମୟୁରଭଂଜ ଜିଲ୍ଲାରେ ୧୯୬, କନ୍ଧମାଳ ଜିଲ୍ଲାରେ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୧୬୭, ନୟାଗଡ ଜିଲ୍ଲାରେ ୧୪୦ ତଥା କେନ୍ଦୁଝର ଜିଲ୍ଲାରେ ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ଝାରସୁଗୁଡା ଜିଲ୍ଲାରେ ୯୮, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୭୩, କଳାହାଣ୍ଡି ଜିଲ୍ଲାରେ ୭୧ ଓ ବରଗଡ ଜିଲ୍ଲାରେ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୬୩, ମାଲକାନଗିରି ଜିଲ୍ଲାରେ ୬୦, ସମ୍ବଲପୁର ଜିଲ୍ଲାରେ ୫୦, ଦେବଗଡ ଜିଲ୍ଲାରେ ୪୨ ଓ ବୌଦ୍ଧ ଜିଲ୍ଲାରେ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାୟଗଡା ଜିଲ୍ଲାରେ ୩୮, ସୋନପୁର ଜିଲ୍ଲାରେ ୩୫. ନବରଙ୍ଗପୁର ଜିଲ୍ଲାରୁ ୩୫ ଜଣ କୋରାପୁଟ ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।