ନୂଆଦିଲ୍ଲୀ– ଭାରତୀୟ ନୌସେନା ଶୁକ୍ରବାର କହିଛି, ସଂସ୍ଥା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିକଶିତ ଟର୍ପେଡୋ ବିଧ୍ୱଂସକ ପ୍ରଣାଳୀ ‘ମରୀଚ’ ନିଜର ଗ୍ରୁପରେ ସାମିଲ କରିଛି । ଏହି ମିସାଇଲ ସିଷ୍ଟମ ଅନ୍ୟ କୌଣସି ଟାର୍ପିଡୋ ଆକ୍ରମଣକୁ ବିଫଳ କରିବାରେ କ୍ଷମତା ରଖିଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ‘ମରୀଚ’ ଆକ୍ରମଣକାରୀ ଟର୍ପେଡୋକୁ ଧ୍ୱଂସ କରିପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି ।
ନୌସେନା ପକ୍ଷରୁ କୁହାଯାଇଛି ଯେ, ନିଦ୍ଦିଷ୍ଟ ନୈସୈନିକ ମଂଚରେ ଲାଗିଥିବା ପ୍ରଣାଳୀର ପ୍ରତିରୂପ ସମସ୍ତ ପ୍ରାୟୋଗିକ ମୂଲ୍ୟାଙ୍କନ ପରୀକ୍ଷର ସଫଳତାପୂର୍ବକ ପୂରା କରାଯାଇଥିଲା ଏବଂ ନୌସେନା ଷ୍ଟାଫ ମାନଦଣ୍ଡ ଆବଶ୍ୟକତା ଅନୁରୂପ ସମସ୍ତ ବିଶେଷତା ପ୍ରଦର୍ଶନ କରାଯାଇଥିଲା ।
ନୌସେନା ନଜର ବୟାନରେ କହିଛି ଯେ, ମରୀଚକୁ ସାମିଲ କରାଯିବା ସ୍ୱଦେଶୀ ପ୍ରତିରକ୍ଷା ପ୍ରଦ୍ୟୋଗିକୀର ବିକାଶର ଦିଗରେ ଡିଆରଡିଓର ଯୁଗ୍ମ ସଂକଳ୍ପ ସାକ୍ଷ୍ୟ ଅଟେ । ଏହା ମେକ ଇନ ଇଣ୍ଡିଆର ବଳକୁ ବଢ଼ାଇବ । ତେବେ ମରୀଚ ସାମିଲ ହେବା ପରେ ନୌସେନାକୁ ଅଧିକ ଶକ୍ତିମିଳିପାରିବ ।