
-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଗଂଜାମ ଜିଲ୍ଲାରେ ୫୮ ନୂଆ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧୯୫ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୭୭୧, କଟକ ଜିଲ୍ଲାରେ ୫୩୭, ଗଜପତି ଜିଲ୍ଲାରେ ୪୨୭, ଯାଜପୁର ଜିଲ୍ଲାରେ ୪୦୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୩୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୬୮, ପୁରୀ ଜିଲ୍ଲାରେ ୨୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୩୫, ଭଦ୍ରକ ଜିଲ୍ଲାରେ ୨୨୫, ସୁନ୍ଦରଗଡ ଜିଲ୍ଲାରେ ୧୮୧, ମୟୁରଭଂଜ ଜିଲ୍ଲାରେ ୧୮୧, କନ୍ଧମାଳ ଜିଲ୍ଲାରେ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୧୬୫, ନୟାଗଡ ଜିଲ୍ଲାରେ ୧୩୮ ତଥା କେନ୍ଦୁଝର ଜିଲ୍ଲାରେ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ନୂଆପଡା ଜିଲ୍ଲାରେ ୮୧, ଝାରସୁଗୁଡା ଜିଲ୍ଲାରେ ୮୦, ଢେଙ୍କାନାଳ ଜିଲ୍ଲାରେ ୭୩, କଳାହାଣ୍ଡି ଜିଲ୍ଲାରେ ୭୦ ଓ ବରଗଡ ଜିଲ୍ଲାରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୫୯, ମାଲକାନଗିରି ଜିଲ୍ଲାରେ ୫୮, ସମ୍ବଲପୁର ଜିଲ୍ଲାରେ ୪୯, ଦେବଗଡ ଜିଲ୍ଲାରେ ୪୨ ଓ ବୌଦ୍ଧ ଜିଲ୍ଲାରେ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାୟଗଡା ଜିଲ୍ଲାରେ ୩୮, ସୋନପୁର ଜିଲ୍ଲାରେ ୩୫. ନବରଙ୍ଗପୁର ଜିଲ୍ଲାରୁ ୩୫ ଜଣ କୋରାପୁଟ ଜିଲ୍ଲାରେ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।