
ପୁରୀ– ଆଜି ପବିତ୍ର ହେରାପଚଂମୀ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମା ମହାଲକ୍ଷ୍ମୀ । କ୍ରୋଧ ଜର୍ଜରିତ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବେ । ଆଜି ସଂନ୍ଧ୍ୟା ଧୂପ ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ ।
ଅନ୍ୟପକ୍ଷରେ ଆଜି ଠାରୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆସନ୍ତାକାଲି ତିନି ରଥର ଦକ୍ଷିଣ ମୋଡ ହେବ । ଏଥି ପୂର୍ବରୁ ଆଜି ତିନି ରଥକୁ ଯାଂଚ୍ କରୁଛି ବିଶେଷଜ୍ଞ କମିଟି । ରଥକୁ ମୋଡ କରିବାରେ ସୁବିଧା ପାଇଁ ଗୁଣ୍ଡିଚା ମନ୍ଦିର ଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ପିଚୁ ରାସ୍ତା ଉପରେ ବାଲି ବିଛାଯାଇଛି । ଆସନ୍ତା କାଲି ପୋଲିସ ସହାୟତାରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ତେବେ କରୋନା କଟକଣା ପାଇଁ ଦର୍ଶନ ବନ୍ଦ ରହିଛି ।