-
ଗତ ୨୪ ଘଂଟାରେ ଦେଶରେ ୧୮,୫୫୨ ଟି କରୋନାର ନୂଆ ମାମଲା, ୩୮୪ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ– ଦେଶରେ କରୋନା ରୋଗୀମାନଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି । ଗତ ୨୪ଘଂଟା ମଧ୍ୟରେ, ୧୮,୫୫୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହା ସହିତ କରୋନା ରୋଗୀଙ୍କ ସଂଖ୍ୟା ୫,୦୮,୯୫୩ କୁ ବୃଦ୍ଧି ପାଇଛି
ଗତ ୨୪ଘଂଟା ମଧ୍ୟରେ କରୋନା ଠାରୁ ୩୮୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଏହି ରୋଗରେ ମୋଟ ମୃତ୍ୟୁ ସଂଖ୍ୟା ୧୫୬୮୫ ରେ ପହଂଚିିଛି ।
ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତମାନ୧୯୭୩୮୭ ସକ୍ରିୟ ରୋଗୀ ଅଛନ୍ତି । ଏଥି ସହିତ, ଏକ ଭଲ ଖବର ଯେ ଗତ ୨୪ଘଂଟା ମଧ୍ୟରେ, କରୋନାର ୧୦୨୪୩ ରୋଗୀ ସୁସ୍ଥ ହୋଇଯାଇଛନ୍ତି । ଦେଶରେ ମୋଟ ୨୯୫୮୮୦ ରୋଗୀ ସୁସ୍ଥ ହୋଇ ସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।