ଭୁବନେଶ୍ୱର – ଆଗାମୀ ଦିନରେ ବିଦ୍ୟୁତ୍ ମିଟରିଂ ଓ ବିଲ୍ ଆଦାୟ ପାଇଁ ଏସଏଚଜି ଗ୍ରୁପ୍ ଙ୍କୁ ସୁଯୋଗ ଦିଆଯିବ ବୋଲି ସେସୁ ର ସିଇଓ ତଥା ଆଇଜି ଅରୁଣ ବୋଥ୍ରା ପ୍ରକାଶ କରିଛନ୍ତି । ଏହାସହ ସେ କହିଛନ୍ତି ଯେ ବିଦ୍ୟୁତ୍ ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ଅର୍ଥ ପୁରସ୍କାର ଦିଆଯିବ । ଜୋରିମାନା ବାବଦକୁ ଆଦାୟ ଅର୍ଥର ୧୦ ପ୍ରତିଶତ ଅର୍ଥ ସୂଚନାଦାତାଙ୍କୁ ଦିଆଯିବ ଏବଂ ତାଙ୍କ ନାମ ଗୋପନୀୟ ରଖାଯିବ । ଆସନ୍ତା ୨ /୩ ମାସ ମଧ୍ୟରେ ସେସୁ ଅଂଚଳରେ ବିଦ୍ୟୁତ୍ ଚୋରିକୁ ରୋକିବା ପାଇଁ ଧରପଗଡ କରାଯିବ । ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯିବ । ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତିି ଯେ ବିଦ୍ୟୁତ୍ ଚୋରି ଯୋଗୁଁ ବିଦ୍ୟୁତ୍ ବିଭାଗର ୩୦ ପ୍ରତିଶତ ପରିବହନ କ୍ଷତି ଘଟୁଛି । ବିଲ୍ ଆଦାୟ ଓ ଚଢାଉ ପାଇଁ ସେସୁ କର୍ମଚାରୀଙ୍କୁ ଟାର୍ଗେଟ୍ ଦିଆଯିବ । ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଗ୍ରାମାଂଚଳରେ ସେସୁର ନେଟୱାର୍କକୁ ବୃଦ୍ଧି କରାଯିବ ବୋଲି ଆଇଜି ବୋଥା କହିଛନ୍ତି ।