
-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଗଂଜାମ ଜିଲ୍ଲାରେ ୪୯ ନୂଆ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧୩୭ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୭୫୨, କଟକ ଜିଲ୍ଲାରେ ୫୨୨, ଗଜପତି ଜିଲ୍ଲାରେ ୪୧୧, ଯାଜପୁର ଜିଲ୍ଲାରେ ୪୦୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୩୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୬୮, ପୁରୀ ଜିଲ୍ଲାରେ ୨୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୨୯, ଭଦ୍ରକ ଜିଲ୍ଲାରେ ୨୨୫, ସୁନ୍ଦରଗଡ ଜିଲ୍ଲାରେ ୧୮୧, ମୟୁରଭଂଜ ଜିଲ୍ଲାରେ ୧୮୧, କନ୍ଧମାଳ ଜିଲ୍ଲାରେ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀର ଜିଲ୍ଲାରେ ୧୬୫, ନୟାଗଡ ଜିଲ୍ଲାରେ ୧୩୫ ତଥା କେନ୍ଦୁଝର ଜିଲ୍ଲାରେ ୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ନୂଆପଡା ଜିଲ୍ଲାରେ ୮୧, ଝାରସୁଗୁଡା ଜିଲ୍ଲାରେ ୮୦, ଢେଙ୍କାନାଳ ଜିଲ୍ଲାରେ ୭୩, କଳାହାଣ୍ଡି ଜିଲ୍ଲାରେ ୭୦ ଓ ବରଗଡ ଜିଲ୍ଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୫୯, ମାଲକାନଗିରି ଜିଲ୍ଲାରେ ୫୩, ସମ୍ବଲପୁର ଜିଲ୍ଲାରେ ୪୭, ଦେବଗଡ ଜିଲ୍ଲାରେ ୪୨ ଓ ବୌଦ୍ଧ ଜିଲ୍ଲାରେ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୫ କୋରାପୁଟ ଜିଲ୍ଲାରେ ୨୭,ରାୟଗଡା ଜିଲ୍ଲାରେ ୨୨ ଓ ନବରଙ୍ଗପୁର ଜିଲ୍ଲାରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।