ଭୁବନେଶ୍ୱର। ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୧୪୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ବ୍ରହ୍ମପୁର ଏସପି ରା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
ଏହି ସମୟ ମଧ୍ୟରେ ୧୦୯ ଟି ବାହନରୁ ଜୋରିମାନା ଆଦାୟ କରା ଯାଇଥିବା ସୂଚନା ଦିଆ ଯାଇଛି ।
ଭଦ୍ରକ ଜିଲ୍ଲାର ନୂଆ ୨୫ କରୋନା ମାମଲା ସମ୍ପର୍କରେ ତଥ୍ୟ ଦେଲା ପ୍ରଶାସନ
ଭୁବନେଶ୍ୱର-ଭଦ୍ରକ ଜିଲ୍ଲାର ନୂଆ ୨୫ କରୋନା ମାମଲା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଥ୍ୟ ପ୍ରଦାନ କରା ଯାଇଛି । ଏହି ୨୫ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨୩ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଦୁଇ ଜଣ ହୋମ କ୍ୱାରେଂଟାଇନରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହା ଯାଇଛି ।
ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୨୨୬ଟି ମାମଲା ସାମନାକୁ ଆସିଥିବା ବେଳେ ୧୮୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ଜିଲ୍ଲାରେ ୩୯ଟି ସକ୍ରିୟ ମାମଲା ରହିଛି ।
ବର୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ପାଇଁ ୮୮୯୮ ନମୁନା ପରୀକ୍ଷଣ କରା ଯାଇଥିବା ଜଣା ପଡିଛି ।