
ଭଦ୍ରକ– ଭଦ୍ରକ ଜିଲ୍ଲାର ବିଭିନ୍ନ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଂଚ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଯାହାକୁ ନେଇ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ମାଲିକ ମାନେ ଚିନ୍ତାରେ ପଡିଛନ୍ତି ।
ଉଲିବୁର ଖଣି ଦୁର୍ନୀତି ମାମଲା : ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ହାଇକୋର୍ଟରୁ ଏକ ମାସ ଲାଗି ସର୍ତମୂଳକ ଅନ୍ତରୀଣ ଜାମିନ୍
କଟକ– ଉଲିବୁର ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ହାଇକୋର୍ଟରୁ ଏକ ମାସ ଲାଗି ମିଳିିଛି ସର୍ତମୂଳକ ଅନ୍ତରୀଣ ଜାମିନ୍ । ୧ କୋଟି ଟଙ୍କାର ଅର୍ଥ ରାଶି ଜମା କରି ସେ ଜାମିନ୍ ରେ ଯାଇପାରିବେ । ୨ କୋଟି ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନରେ ଯିବେ । ପାସପୋର୍ଟ ଦାଖଲ ଏବଂ ଆଉ କେତେକ ସର୍ତ ସହିତ କୋର୍ଟ ତାଙ୍କୁ ଏହି ଜାମିନ୍ ପ୍ରଦାନ କରିଛନ୍ତି ।
