କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହାଶୃଙ୍ଖଳା ଦେଖିବାକୁ ମିଳିଛି |ଭକ୍ତମାନେ ଓ ପୁରୀ ବାସୀ ତଥା ସେବକମାନେ ଇତିହାସ ରଚନା କରିଛନ୍ତି |ଭକ୍ତ ଶୁନ୍ୟ ବଡଦାଣ୍ଡରେ ଗଡ଼ିଲା ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ |ଚମତ୍କାରୀ ଠାକୁରଙ୍କ ଚମତ୍କାର ଯୋଗୁ ଏହି ରଥଯାତ୍ରା ସମ୍ଭବ ହୋଇଛି |
୨୦୨୦ ରଥଯାତ୍ରା ମହାପ୍ରଭୁଙ୍କର କଳିଯୁଗର ସର୍ବଶ୍ରେଷ୍ଠ ଚମତ୍କାର |
ନ ହେବ କାର୍ଯ୍ୟକୁ କରି ଦେଖାଇଦେଲେ |କାଳିଆ ସାଆନ୍ତେ ଲୀଳାକାରୀଙ୍କର ଏମିତି ଲୀଳା ଦେଖି ସାରା ଜଗତ ଆଚମ୍ବିତ |ଏପରିକି ଏହି ଘଟଣାରେ ସୁପ୍ରିମ କୋର୍ଟ ରେ ବ୍ରାହ୍ମଣ ଲଢ଼ୁଛି ରଥଯାତ୍ରା ନ ହଉ ମାତ୍ର ପଠାଣ ଲଢ଼ୁଛି ରଥଯାତ୍ରା ହଉ |ଏହା ମଧ୍ୟ ଏକ ଚମତ୍କାର |ଦୁଇ ଦିନ ମଧ୍ୟରେ ସୁପ୍ରିମ କୋର୍ଟ ନିଜର ରାୟ କୁ ନିଜେ ବଦଳେଇଲେ ଏହା କେବଳ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଚମତ୍କାର ଯୋଗୁ ଏହା ସମ୍ଭବ ହୋଇଛି |ଏହି ରଥଯାତ୍ରାରେ କେବଳ ସେବକମାନେ କେବଳ ରଥ ଟାଣିଲେ ଓ ସମୟ ପୂର୍ବରୁ ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଲେ ଓ ଏଥିରେ ଖୁସି ହୋଇ ସରକାର ସେବକ ମାନଙ୍କୁ ପରିଶ୍ରମିକ ରଥଟଣା ଟଙ୍କା ଦେବାକୁ ଘୋଷଣା କରିଛନ୍ତି |ମାତ୍ର ସେବକ ମାନେ ଏହାକୁ ମନାକରିବା ସହ ଏହି ପରିଶ୍ରମ ଓ ତ୍ୟାଗ ତାଙ୍କର ମାଲିକ ଓ ଅର୍ଣ୍ଣଙ୍କ ପାଇଁ ଦାତାଙ୍କ ପାଇଁ ମାଗଣାରେ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭକ୍ତବୃନ୍ଦ ଓ ଜଗନ୍ନାଥ ସେନା ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ପ୍ରଦାନ କରିଥିବା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି|