ବ୍ରହ୍ମପୁର : ଗୁରୁବାର ଗଞ୍ଜାମରେ ଆଉ ୫୮ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୯ । ଜିଲ୍ଲାରେ ୧୦୮୮ଜଣ କରୋନା ରୋଗୀ ଚିହ୍ନଟ ହୋଇôଥବା ବେଳେ ସେଥି ମଧ୍ୟରୁ ୭୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତର୍ମାନ ୩୧୨ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଆଉ ୮ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ ଗୁରୁବାର ଚିହ୍ନଟ ହୋଇଥିବା ୫୮ ନୂଆ କରୋନା ରୋଗୀଙ୍କ ବିଷୟରେ ଟ୍ୱିଇଟ କରି ଜିଲ୍ଲାପାଳ ଦେଇଥିବା ସୂଚନା ପ୍ରକାରେ ସେଥି ମଧ୍ୟରୁ ୧୮ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରୁ ବିଏମ୍ସି ୩, ଭଞ୍ଜନଗର ୨, ବୁଗୁଡ଼ା ୩, ଛତ୍ରପୁର ୨, ଚିକିଟି ୧, ଧରାକୋଟ ୧, ପାତ୍ରପୁର ୧, ପୋଲସରା ୧, ସାନଖେମୁଣ୍ଡି ୨ ଓ ଶେରଗଡ଼ର ଗୋଟିଏ ବୋଲି ଜଣାପଡ଼ିଛି । ସେହିଭଳି ବାହାର ରାଜ୍ୟରୁ ଆସିଥବା ୧୦ଜଣ ନୂଆ କରୋନା ରୋଗୀଙ୍କ ମଧ୍ୟରେ ସୁତର ୪, ମୁମ୍ବାଇ ୧, ବେଙ୍ଗୁଲୁର ୩, ତାମିଲନାଡ଼ୁ ୧ ଓ କର୍ଣ୍ଣାଟକ ୧ ରହିଛନ୍ତି । ସେମାନେ ହେଲେ ବୁଗୁଡ଼ା ବ୍ଳକର ୨, ଦିଗପହଣ୍ଡି ୨, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡା ୪ ଓ ଶେରଗଡ଼ ବ୍ଳକର ଜଣେ ଅଛନ୍ତି । ସେହିଭଳି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ୨୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଆସିକା ୩, ବିଏମ୍ସି ୫, ଭଞ୍ଜନଗର ୪, ବୁଗୁଡ଼ା ୧, ଚିକିଟି ୨, ହିଞ୍ଜିଳିକାଟୁ ୧, କବିସୂର୍ଯ୍ୟନଗର ୮, ପାତ୍ରପୁର ୧, ପୁରୁଷାତ୍ତମପୁର ୧, ରଙ୍ଗେଇଲୁଣ୍ଡା ୨ ଓ ସୋରଡ଼ା ବ୍ଳକର ଜଣେ ରହିଥିବା ଜିଲ୍ଲାପାଳ ଟ୍ୱିଇଟ କରି ସୂଚନା ଦେଇଛନ୍ତି ।