
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ରଥଯାତ୍ରାରେ କାର୍ଯ୍ୟରତ ସେବାୟତ ଏବଂ କର୍ମଚାରୀଙ୍କ ‘କୋଭିଡ଼ – ୧୯’ ସ୍ଵାବ୍ ଟେଷ୍ଟ ପାଇଁ ଶ୍ରୀ ମନ୍ଦିର
ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।‘ଜୁନ୍ – ୨୫ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ଟେଷ୍ଟିଙ୍ଗ ହେବ । ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ମାର୍କଣ୍ଡେସ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବଗେଡିଆ ଧର୍ମଶାଳାରେ ୩ଟି ଟେଷ୍ଟିଙ୍ଗ ସେଣ୍ଟର କରାଯାଇଅଛି ।ପ୍ରଥମ ଦିନର ତା.୨ ୫.୬ .୨୦୨୦ ରିଖ ଦିନ ସୁଆର ମହାସୁଆର ନିଯୋଗର ୪୦୦ ଜଣ, ପୁଷ୍ପାଳକ ନିଯାଗର ୨୦୦ଜଣ, ବିମାନବଡୁ ନିଯୋଗର ୧୦୪ ଜଣ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀ ୨୦୦ ଜଣଙ୍କର ପରୀକ୍ଷା ହେବ ।
ଦ୍ବିତୀୟ ଦିନ ତା.୨୬.୬ ,୨୦୨୦ ପୂଜା ପଣ୍ଡା ନିଯୋଗର ୩୦୦ ଜଣ, ଖୁଣ୍ଟିଆ ନିଯୋଗର ୧୨୦ ଜଣ,ବଡୁ ସୁଆର ନିଯୋଗର ୭୫ ଜଣ, ସୁଆର ବଡୁ ୨ ଜଣ, ବୈଲା ଖିଆ ୨ ଜଣ, ମୁଲିଆ ସୁଆଁସିଆ ୨ ଜଣ, କାର୍ଯ୍ୟାଳୟ କର୍ମଚାରୀଏବଂ ଆଉଟ ସୋରସିଙ୍ଗ ଷ୍ଟାଫ୍ ୪୦୦ ଜଣଙ୍କ ପରୀକ୍ଷା ହେବ ।ସେହି ଦିନ ଗରାବଡୁ ନିଯୋଗ ୧୭୨ ଜଣଙ୍କର ମଧ୍ୟ ପରୀକ୍ଷା କରାଯିବ ।ତୃତୀୟ ଦିନ ତା ୨୭ ,୬ ,୨୦୨୦ ରିଖ ଦିନ ପ୍ରତିହାରୀ ନିଯୋଗର ୩୮୧ ଜଣ, ଭକ୍ତ ନିବାସ କର୍ମଚାରୀ ୧୩୨ ଜଣ ।ଓ. ଟି. ଡି. ସି କର୍ମଚାରୀ ୪୭ ଜଣ ଏବଂ ରଥଯାତ୍ରା ସହ ସଂଶ୍ଲିଷ୍ଟ ଅନ୍ୟ ବିଭାଗର କର୍ମଚାରୀଙ୍କ ପରିକ୍ଷା ହେବ ।
CD MO ଙ୍କ ଦ୍ଵାର। ନିୟୋଜିତ ଟିମ୍ ଦ୍ୱାରା ସ୍ଵାବ ଟେଷ୍ଟ କରାଯିବ ।ସେହିପରି ଯେଉଁମାନଙ୍କ ସ୍ବାବ ପରୀକ୍ଷା କରାଯିବ ।ସମାନେ “ହୋମ କରେଁଟାଇନେ ‘ ରେ ରହିବାକୁ ବୁଝାଯାଇଛି ।ସମୁଦାୟ ୫ଟି ମେଡିକାଲ ଟିମ୍ ନିଯୋଜନ ପାଇଁ CDM0 କୁ ଅବଗତ କରାଯାଇଥିବା ବେଳେ ସୁରକ୍ଷା ଏବଂ ସାମାଜିକଦୂରତ୍ୱ ରକ୍ଷା ନିମନ୍ତେ ପୋଲିସ ନିୟୋଜନ ପାଇଁ ଆରକ୍ଷୀ ଅଧିକ୍ଷକ, ପୁରୀଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।ଯାଞ୍ଚ କରାଯିବାକୁ ଥିବା ସେଣ୍ଟର ଗୁଡ଼ିକରେ ଆବଶ୍ୟକ ପ୍ରକୋଷ୍ଠ ପ୍ରଦାନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପୁରୀ ତତଫରୁ ଏହି ସୂଚନା ମିଳିଛି |