Related Stories
November 25, 2024
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଆଜି ଶ୍ରୀମନ୍ଦିରର ଗର୍ଭଗୃହ ଏ. ଏସ. ଆଇ ଟିମ ଦ୍ୱାରା ଯାଞ୍ଚ ସରିଛି | ଏବଂ ତାଙ୍କ ସହିତ ଫୋଟୋଗ୍ରାଫି ଟିମ ଓ ବିଶେଷଜ୍ଞ ଟିମ ଏହି ଯାଞ୍ଚରେ ସାମିଲ ହୋଇଥିଲେ |ସେମାନଙ୍କ ଯାଞ୍ଚ ସରିବା ପରେ ସୂଚନା ମିଳିଛି ଯେ ନାଟମଣ୍ଡପର ଉପର ଭାଗର ମରାମତି , ଗର୍ଭଗୃହ ର ଜଳୀୟ ଅଂଶ ସଫା କରାଯିବ ଏବଂ ରୋଷଶାଳାର ଫ୍ଲୋର ଏବଂ କେମିକାଲ ଆନ୍ନା ଲେଶୀଷ ହେବ |ଜଗମୋହନ ଯାଞ୍ଚ ସରିଛି |ଗରୁଡ ସ୍ତମ୍ଭ ନିକଟ କ୍ରାକ ବିମର ମରାମତି କରାଯିବ| ଏମାନଙ୍କ ସହ ପୂର୍ତ୍ତ ବିଭାଗ ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ତଥା ଏଏସଆଇ କୋର୍ କମିଟି ସଦସ୍ୟ ଏନ ସି ପାଲଙ୍କ ଅଧ୍ୟକ୍ଷତାରେ ଟିମ୍ ଯାଞ୍ଚ କରିଛନ୍ତି । |ଆଜି ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲପାଳଙ୍କ ଉପସ୍ଥିତି ରେ ବସିବାକୁ ଥିବା ବୈଠକରେ ଏ ବିଷୟରେ ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି |