-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଗଂଜାମ ଜିଲ୍ଲାରେ ୫୮ ନୂଆ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୦୮୮ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୭୩୫, କଟକ ଜିଲ୍ଲାରେ ୫୧୦ ଯାଜପୁର ଜିଲ୍ଲାରେ ୪୦୧, ଓ ଗଜପତି ଜିଲ୍ଲାରେ ବର୍ତମାନ ସୁଦ୍ଧା ୩୮୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୨୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୩୯ ପୁରୀ ଜିଲ୍ଲାରେ ୨୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୨୩, ଭଦ୍ରକ ଜିଲ୍ଲାରେ ୨୦୦, କନ୍ଧମାଳ ଜିଲ୍ଲାରେ ୧୭୬ ଓ ମୟୁରଭଂଜ ଜିଲ୍ଲାରେ ୧୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ସୁନ୍ଦରଗଡ ଜିଲ୍ଲାରେ ୧୭୦, ବଲାଙ୍ଗୀର ଜିଲ୍ଲାରେ ୧୬୫, ନୟାଗଡ ଜିଲ୍ଲାରେ ୧୩୫ ତଥା କେନ୍ଦୁଝର ଜିଲ୍ଲାରେ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ନୂଆପଡା ଜିଲ୍ଲାରେ ୭୯, ଝାରସୁଗୁଡା ଜିଲ୍ଲାରେ ୭୬, ଢେଙ୍କାନାଳ ଜିଲ୍ଲାରେ ୭୩, କଳାହାଣ୍ଡି ଜିଲ୍ଲାରେ ୭୦ ଓ ବରଗଡ ଜିଲ୍ଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୫୮, ମାଲକାନଗିରି ଜିଲ୍ଲାରେ ୫୩, ସମ୍ବଲପୁର ଜିଲ୍ଲାରେ ୪୫, ଦେବଗଡ ଜିଲ୍ଲାରେ ୪୨ ଓ ବୌଦ୍ଧ ଜିଲ୍ଲାରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୫ କୋରାପୁଟ ଜିଲ୍ଲାରେ ୨୬,ରାୟଗଡା ଜିଲ୍ଲାରେ ୨୨ ଓ ନବରଙ୍ଗପୁର ଜିଲ୍ଲାରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।