ନୂଆଦିଲ୍ଲୀ– କରୋନା ଭାଇରସରେ ସଂକ୍ରମିତ ଲୋକଙ୍କର ସଂଖ୍ୟା ବଢିବାରେ ଲାଗିଛି । ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୯୫ ଲକ୍ଷ ୨୦ ହଜାର ୧୩୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ବିଶ୍ୱବ୍ୟାପି ୪ ଲକ୍ଷ ୮୩ ହଜାର ୯୫୮ ଜଣଙ୍କର ମୃତ୍ୟୁ ହୋଇଛି । ଭାଇରସରୁ ୫୧ ଲକ୍ଷ ୬୯ ହଜାର ୨୧୩ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଲକ୍ଷ ୬୬ ହଜାର ୯୬୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୮ ହଜାର ୪୧୩ ଜଣ ଗୁରୁତର ଅଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକା କରୋନା ଭାଇରସ ଯୋଗୁଁ ଅଧିକ ବିପତ୍ତି ସହିଛି । ଏଠାରେ ୨୪ ଲକ୍ଷ ୬୩ ହଜାର ୨୦୭ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୪ ହଜାର ୨୮୦ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ୧୦ ଲକ୍ଷ ୪୦ ହଜାର ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨ ଲକ୍ଷ ୯୮ ହଜାର ୮୭୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେ ଏଥିରୁ ୧୬ ହଜାର ୫୩୯ ଜଣ ଗୁରୁତର ଅଛନ୍ତି ।