ନୂଆଦିଲ୍ଲୀ– ସାରା ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତାରେ । ତେବେ ଏହି ସମୟରେ ଭାରତ – ଚୀନ ମଧ୍ୟରେ ସୀମାରେ ହୋଇଥିବା ଉତ୍ତେଜନା ଯୋଗୁଁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ତେବେ ସୀମାରେ ତିକ୍ତତା ଏବଂ କରୋନାର ଭୟ ଯୋଗୁଁ ଆଗକୁ ଚୀନରେ ପଢିବାକୁ ଯୋଜନା କରୁଥିବା ଭାରତୀୟ ଛାତ୍ରଛାତ୍ରୀ ମାନେ ଧୀରେ ଧୀରେ ଚୀନରେ ପାଠପଢିବାରୁ ମୁଁହ ଫେରାଇବା ଆରମ୍ଭ କଲେଣି ।
ମହାମାରୀ କରୋନା ପୂର୍ବରୁ ପାଖାପାଖି 23000 ଭାରତୀୟ ଛାତ୍ରଛାତ୍ରୀ ଚୀନରେ ପାଠ ପଢୁଥିଲେ । ବିଶେଷ ଭାବରେ ମେଡ଼ିସିନ ଏବଂ ମ୍ୟାନେଜମେଣ୍ଟ ପାଠ ପଢିବାକୁ ଭାରତୀୟ ଛାତ୍ରଛାତ୍ରୀମାନେ ଚୀନକୁ ଯାଇଥାନ୍ତି ।
ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଏବଂ ମହାମାରୀ କରୋନା କାରଣରୁ ଏବେ ସେମାନେ ଚୀନରୁ ମୁଁହ ଫେରାଇ ଉତ୍ତର ଆଫ୍ରିକା ଏବଂ ଏସିଆର ଅନ୍ୟ ସ୍ଥାନ ମାନଙ୍କୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ।